ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ସହିଦ ୩ ଗୁରୁତର

0

ମାଲକାନଗିରି : କିଛି ଦିନର ବିରତି ପରେ ପୁଣି ଲାଲ ହମଲା । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଡିଆରଜି ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଛନ୍ତି ଲାଲବାହିନୀ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସହିଦ ହୋଇଥିବା ଡିଆର୍‌ଜି ଯବାନ ହେଉଛନ୍ତି ଦିନେଶ ନାଗ ବୋଲି ଜଣାପଡିଛି ।

ଖବର ଅନୁସାରେ , ଦୁଇଦିନ ଧରି ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ଜିଲ୍ଲା ପୋଲିସ, ଡିଆର୍‌ଜି, ସେନା ପକ୍ଷରୁ ମିଳିତ ଭାବେ ଚାଲିଥିଲା ସର୍ଚ୍ଚ ଅପରେସନ । ଏହି ସମୟରେ ଜଙ୍ଗଲରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇଲ୍‌ ବିସ୍ଫୋରଣ ଘଟି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଅଧିକ ଫୋର୍ସ ଓ ପୋଲିସ ସହାୟତାରେ ଅପରେସନକୁ ଜୋରଦାର କରାଯାଉଛି । ଜଙ୍ଗଲରେ ଏବେବି କିଛି ମାଓବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି ।

Govt
Leave A Reply

Your email address will not be published.