ପଲାମୁ: ଜୁନ ୮: ନିର୍ବାଚନ କାଳରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କୋର୍ଟରେ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି । ଏଣୁ କୋର୍ଟ ତାଙ୍କ ଦଣ୍ଡ କୋହଳ କରିଥିବା ବେଳେ କେବଳ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ୨୦୦୯ ମସିହାର ଗଢବାରେ ନିର୍ବାଚନ ପ୍ରଚାର କାଳରେ ଲାଲୁଙ୍କ ହେଲିକପଫର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିଲା । ୧୩ବର୍ଷ ପୂରୁଣା ଏହି ମାମଲାରେ ଲାଲୁ ବୁଧବାର କୋର୍ଟରେ ହାଜର ହୋଇ ସିଧାଶଳଖ ନିଜର ଦୋଷ ମାନି ଯାଇଛନ୍ତି । ଲାଲୁ ପ୍ରସାଦ ନିଜକୁ ନିଜେ ଦୋଷୀ ମାନି ଯାଇଥିବାରୁ କୋର୍ଟ ତାଙ୍କ ପ୍ରତି କୋହଳ ହୋଇଛନ୍ତି । ଲାଲୁଙ୍କୁ କେବଳ ୬ ହଜାର ଟଙ୍କା ଜରିମନା କରାଯାଇଛି । ୨୦୦୯ ମସିହାରେ ଲାଲୁ ତାଙ୍କ ଦଳୀୟ ପ୍ରାର୍ଥୀ ଗିରିନାଥ ସିଂହଙ୍କ ଲାଗି ଗଢବା ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ତାଙ୍କ ହେଲିକପଫର ଅବତରଣ ଲାଗି ନିର୍ଦ୍ଧାରିତ ସ୍ଥଳ କଲ୍ୟାଣପୁରରେ ନ ଓହ୍ଲାଇ ସିଧା ସଭା ସ୍ଥଳରେ ଓହ୍ଲାଇଥିଲା । ଏଥିରେ ସଭା ସ୍ଥଳରେ ଦଉଡାଧାପଡା ହେବାରୁ ତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧିରେ ମୋକଦ୍ଦମା ରୁଜୁ ହୋଇଥିଲା ।

Comments are closed.