ଜରି ଗୋଟାଳିରୁ ଲେଡି ଡନ ‘ମୁସ୍କାନ’: ଫିଟୁଛି ଗୁମର

ଭୁବନେଶ୍ୱର : ସରିଫା ଖାତୁନ ଓରଫ ମୁସ୍କାନ I ବୟସ ୨୨ ବର୍ଷ I ପ୍ରଥମେ ଜରି ଗୋଟାଳି,ପରେ ବାର ଡାନ୍ସର ଏହା ପରେ ଡକାୟତି ଗ୍ୟାଙ୍ଗ ଲିଡର I ଟାର୍ଗେଟରେ ରହୁଥିଲେ ବିଶେଷକରି ଟ୍ରେନ ଯାତ୍ରୀ I ନିଶାଦେଇ ଆର୍ମି ଅଫିସରଙ୍କୁ କରୁଥିଲା ଲୁଟ I ମାଷ୍ଟରକ୍ୟାଣ୍ଟିନରେ ମାତି ଥିବା ଡକାୟତି ଗ୍ୟାଙ୍ଗର ଲିଡର ଲେଡି ଡନ ମୁସ୍କାନର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ରାଜଧାନୀର ଏକାଧିକ ଡାନ୍ସ ବାରରେ ନାଚୁଥିଲା ମୁସ୍କାନ । ଡାନ୍ସ ବାରକୁ ଯାଉଥିବା ବଡ଼ବଡ଼ିଆଙ୍କୁ ଟାର୍ଗେଟ କରୁଥିଲା ଏବଂ ନିଜ ରୂପରେ ଫସାଉଥିଲା ।

ଜାଲ ବିଛାଇ ତାଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା । ଭୁବନେଶ୍ୱର ଓ ଅନ୍ୟ ଜିଲ୍ଲା ଗୁଡ଼ିକର କେତେକ ବ୍ୟବସାୟୀ, ଧନୀ ଶ୍ରେଣୀର ଯୁବକ ମୁସ୍କାନ ଜାଲରେ ଫସିଯାଇଥିଲେ । ଏବଂ ଏଥିରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ମୁସ୍କାନ । କିନ୍ତୁ ଗତ କିଛି ମାସ ହେଲା ମୁସ୍କାନ ପାଇଁ ଡାନ୍ସ ବାର ବାଟ ବନ୍ଦ ହୋଇଯିବାପରେ ଲୁଟପାଟ ଆରମ୍ଭ କରିଦେଇଥିଲା । ଶେଷରେ କମିଶନରେଟ ପୋଲିସ ହାତରେ ଧରାପଡିଛି ଲେଡି ଡନ ମୁସ୍କାନ I ଆଉ ତା ସହିତ ଧରାପଡ଼ିଛନ୍ତି ଆଉ ୩ ସହଯୋଗୀ I ଏମାନଙ୍କ ସମସ୍ତଙ୍କ ନାଁରେ ଟ୍ରେନ ଯାତ୍ରୀଙ୍କୁ ଲୁଟପାଟ କରୁଥିବା ଅଭିଯୋଗ ହେଇ ଆସୁଥିଲା I ଆଉ ଏହି ଲୁଟର ମୁଖିଆ ଥିଲା ଜଣେ ସୁନ୍ଦରୀ ଯୁବତୀ I ତେଣୁ ଏମାନଙ୍କ ଉପରେ କମିଶନରେଟ ପୋଲିସର ତୀକ୍ଷ୍ନ ନଜର ରହିଥିଲା I ଯୋଗକୁ ଅକ୍ଟୋବର ୧୪ ତାରିଖ ଭୋର ୩ଟା ସମୟରେ ଖାରବେଳନଗର ପୋଲିସ ସୂଚନା ପାଇଥିଲା ଯେ, ମାଷ୍ଟର କ୍ୟାଣ୍ଟିନ ନିକଟ ଏକ ମଲ ପଛପଟେ ମୁସ୍କାନ ଓ ତାର ଟିମ ଲୁଟପାଟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି I ତେଣୁ ପୋଲିସ ଟିମ ତୁରନ୍ତ ଯାଇ ସେଠାରେ ଅତର୍କିତ ଚଢ଼ାଉ କରିଥିଲା ଏଥିରେ ୨ ଲୁଟେରା ଖସିଯିବାକୁ ସମର୍ଥ ହୋଇଥିବାବେଳେ ଲେଡି ଡନ ମୁସ୍କାନ ସହିତ ଅନ୍ୟ ୩ ସହଯୋଗୀ ଧରାପଡ଼ିଛନ୍ତି I ଏମାନଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବାବେଳେ,ମୁସ୍କାନ ନାଁରେ ୮ ଟି ଅପରାଧିକ ମାମଲା ରହିଛି I ତାକୁ ରିମାଣ୍ଡରେ ଆଣି ଏହି ଗ୍ୟାଙ୍ଗ ସମ୍ପର୍କରେ ଅଧିକ ଖୋଳତାଡ କରିବ ପୋଲିସ। ଏହି ଗ୍ୟାଙ୍ଗ ଠାରୁ ବିଭିନ୍ନ ନିଶା ବାଟିକା, ଛୁରୀ ଓ ମୋବାଇଳ ଜବତ କରିଛି ପୋଲିସ ।

Launching Ceremony of “AYUSHMAN BHARAT

Comments are closed.