ଫଶି ରହିଛନ୍ତି ୧୭ ଦାଦନ

ସମୟ ଲାଇଭ,୨୫/୩: ଅସ୍ତରଙ୍ଗ ବ୍ଲକ ନୂଆଗଡ଼ ଠାରେ ସୁନାରୀ ଵନ୍ଧ କାମ କରିବା ପାଇଁ ଠିକାଦାର ନୟାଗଡ଼ ଖଣ୍ଡପଡା ଅଞ୍ଚଳରୁ ୧୭ ଜଣ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ। ପ୍ରଶାସନିକ କ୍ଷେତ୍ରରେ କରୋନା ଭାଇରସ କୁ ନେଇ କଡା ନିଷ୍ପତ୍ତି ତଥା ଗାଡି ମୋଟର, ଟ୍ରେନ ଯାତାୟତ ବନ୍ଦ ସହ ନିଜ ଘରେ ନିଜେ ତାଲା ବନ୍ଦ ହୋଇ ରହିବା ବିଜ୍ଞପ୍ତି ପ୍ରକାଶ ପରେ ଠିକାଦାର ଶ୍ରମିକ ମାନଙ୍କୁ କିଛି ସୂଚନା ନଦେଇ ଚମ୍ପଟ ମାରିଥିଲେ। ଏପରିସ୍ଥିରେ ଗାଡି ମୋଟର ବନ୍ଦ ହେତୁ ଶ୍ରମିକ ମାନେ ତାଙ୍କ ନିଜ ଘରକୁ ନଯାଇ ପାରି ଭୋକ ଉପାସରେ ଗଛ ମୂଳରେ ବସି ରହିଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ସହଯୋଗ କରାଯାଇ ସେମାନଙ୍କୁ ନିଜ ନିଜ ବାସ ସ୍ଥାନ କୁ ପଠାଇବା ପାଇଁ ଗୁହାରି କରିଛନ୍ତି ଶ୍ରମିକ ମାନେ ।

Launching Ceremony of “AYUSHMAN BHARAT

Comments are closed.