ବର୍ଷର ସବୁଠୁ ବଡ଼ ଏବଂ ବହୁପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚzା’ର ଟ୍ରେଲର୍ ଦର୍ଶକଙ୍କ ସାମ୍ନାକୁ ଆସିଯାଇଛି । ଦୀର୍ଘ କେତେ ବର୍ଷର ଅପେକ୍ଷା ପରେ ଫିଲ୍ମର ଟ୍ରେଲରକୁ ଆମିର ଖାନ ରବିବାର ରିଲିଜ୍ କରିଛନ୍ତି । ଆଇପିଏଲ୍ର ଫାଇନାଲ ମ୍ୟାଚ୍ର ଖାସ୍ ଅବସରରେ ଏହାକୁ ମୁକ୍ତିଲାଭ କରାଯାଇଛି । ଭାରତୀୟ ସିନେ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଫିଲ୍ମର ଟ୍ରେଲର ଲାଇଭ୍ ମ୍ୟାଚ୍ ସମୟରେ ଲଞ୍ଚ୍ ହୋଇଛି । ତେବେ ଏପରି କରି ବଲିଉଡ୍ର ମିଷ୍ଟର୍ ପରଫେଶନିଷ୍ଟ୍ ଅଭିନେତା ଆମିର ଖାନ ଇତିହାସ ରଚିଛନ୍ତି ।
ଏହି ଫିଲ୍ମରେ ଆମିର ଖାନ ଜଣେ ପଞ୍ଜାବୀ ସରଦାର ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ କରୀନା କପୁର ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଟ୍ରେଲରରେ ହିଟ୍ ଯୋଡ଼ି ଆମିର ଏବଂ କରୀନାଙ୍କ କେମେଷ୍ଟ୍ରୀ ପୁଣି ଥରେ ଦର୍ଶକଙ୍କ ମନ ଜିଣିଛି । ଟ୍ରେଲରକୁ ସିନେପ୍ରେମୀମାନେ ଖୁବ ପସନ୍ଦ କରିଛନ୍ତି । ଏଥିରେ ଆମିର ଖାନଙ୍କ ଭିନ୍ନ ଭିନ୍ନ ଲୁକ୍ ବେଶ୍ ପ୍ରଶଂସନୀୟ ହୋଇପାରିଛି । ଏହା ବ୍ୟତୀତ ସୁନ୍ଦର ସୁନ୍ଦର ସ୍ଥାନରେ ସୁଟିଂ ହୋଇଥିବା ଫିଲ୍ମଟି ଦେଶର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରିଛି । ଏଥିସହ ଲାଲ ସିଂହ ଚzାରେ ବ୍ଲକବଷ୍ଟର ଥ୍ରୀ ଇଡିୟଟ୍ସ ପରେ ଆମିର ଏବଂ କରୀନାଙ୍କ ସଫଳ ଯୋଡ଼ି ପ୍ରଥମ ଥର ଏକାଠି ହୋଇଛନ୍ତି ।
ସେପଟେ ଫିଲ୍ମରେ ଆମିରଙ୍କ ମା’ ରୋଲ୍ରେ ମୋନା ସିଂହଙ୍କ ଅଭିନୟ ମଧ୍ୟ ବେଶ୍ ପ୍ରଭାବଶାଳୀ ହୋଇଛି । କେବଳ ସେତିକି ନୁହେଁ ଏହି ଫିଲ୍ମ ସହ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ତାଙ୍କର ବଲିଉଡ୍ ଡେବୁ୍ୟ କରୁଛନ୍ତି । ଫିଲ୍ମଟି ଚଳିତ ବର୍ଷ ୧୧ ଅଗଷ୍ଟରେ ଫ୍ଲୋର ଉପରକୁ ଆସିବ । ଏହାର ନିର୍ଦ୍ଦେଶନା ଅଦେ୍ୱðତ ଚନ୍ଦନ ଦେଇଛନ୍ତି । ଫିଲ୍ମଟି ଓସ୍କାର ପୁରସ୍କୃତ ହଲିଉଡ୍ ଫିଲ୍ମ ଦ ଫରେଷ୍ଟ ଗମ୍ପର ଅଫିସିଆଲି ହିନ୍ଦୀ ରିମେକ୍ । ଟମ୍ କ୍ରୁଜ୍ ଅଭିନୀତ ଏହି ଫିଲ୍ମକୁ ହଲିଉଡ୍ରେ ୧୯୯୪ରେ ରିଲିଜ୍ କରାଯାଇଥିଲା ।

Comments are closed.