ସମୟ ଲାଇଭ,୧୭/୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଅନ୍ୟପଟେ କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ମେ ୩ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ବିବାହ କରିବାକୁ ଯାଉଛନ୍ତି |
କଂଗ୍ରେସର ପୂର୍ବତନ ମନ୍ତ୍ରୀ ଏମ କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତୀଙ୍କ ସହ ନିଖିଲଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ରାମନଗର ଜିଲ୍ଲା ସ୍ଥିତ ଏକ ଫାର୍ମ ହାଉସରେ ବିବାହ ହେବ ବୋଲି ସୂଚନା ମିଳିଛି।ଏପରିକି ଗତକାଲି ଏଚଡି କୁମାରସ୍ୱାମୀଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ବିବାହ ପୂର୍ବର ରୀତିନୀତି ଅନୁଷ୍ଠିତ ହୋଇଥିଲା।![]()
ତେବେ ଲକଡାଉନବେଳେ ଏହି ବିବାହ କାର୍ଯ୍ୟକ୍ରମ ଉପରେ ଏବେ କର୍ଣ୍ଣାଟକ ପ୍ରଶାସନର କଡା ନଜର ରହିବ । ଏଥିରେ ପରିବାରର ଅତି ଘନିଷ୍ଠ ସଦସ୍ୟମାନେ ଯୋଗଦେବେ। ପୂରା ବିବାହର ଭିଡିଓଗ୍ରାଫି ହେବ ବୋଲି ଜଣାପଡିଛି। ଆଉ କେହି ଯଦି ସାମାଜିକ ଦୂରତା ନିୟମ ନ ମାନନ୍ତି ଓ କୋବିଡ-୧୯କୁ ନେଇ ହୋଇଥିବା ଗାଇଡ଼ଲାଇନକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।![]()

କଂଗ୍ରେସର ପୂର୍ବତନ ମନ୍ତ୍ରୀ ଏମ କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତୀଙ୍କ ସହ ନିଖିଲଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ରାମନଗର ଜିଲ୍ଲା ସ୍ଥିତ ଏକ ଫାର୍ମ ହାଉସରେ ବିବାହ ହେବ ବୋଲି ସୂଚନା ମିଳିଛି।ଏପରିକି ଗତକାଲି ଏଚଡି କୁମାରସ୍ୱାମୀଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ବିବାହ ପୂର୍ବର ରୀତିନୀତି ଅନୁଷ୍ଠିତ ହୋଇଥିଲା।

Comments are closed.