ମୀନା କୁମାରୀ ହେବେ କୀର୍ତ୍ତି !

ବଲିଉଡର କିମ୍ବଦନ୍ତୀ ଅଭିନେତ୍ରୀ ମୀନା କୁମାରୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମ ଟି-ସିରିଜ୍‌ ବ୍ୟାନରରେ ପ୍ରସ୍ତୁତ ହେବ । ହେଲେ ଫିଲ୍ମରେ ମୀନା କୁମାରୀଙ୍କ ଚରିତ୍ରରେ କିଏ ଅଭିନୟ କରିବ ସେସମ୍ପର୍କରେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଏନେଇ ପ୍ରଥମେ ଇଣ୍ଡଷ୍ଟ୍ରୀର ଦମଦାର ଅଭିନେତ୍ରୀ କୀର୍ତ୍ତି ସେନନଙ୍କ ନାମ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ଟି-ସିରିଜ୍‌ ମୀନା କୁମାରୀଙ୍କ ଚରିତ୍ର ପାଇଁ କୀର୍ତ୍ତିଙ୍କୁ ଚୟନ କରିଛନ୍ତି ।
ମୀନା କୁମାରୀ ହେବେ କୀର୍ତ୍ତି !

ହେଲେ କୀର୍ତ୍ତି ଏପର୍ଯ୍ୟନ୍ତ ଫିଲ୍ମରେ ସାଇନ୍‌ କରିନାହାନ୍ତି । ସେପଟେ ଟି-ସିରିଜ୍‌ ମଧ୍ୟ ଦିମ୍ବଗତ ଅଭିନେତ୍ରୀ ମୀନା କୁମାରୀଙ୍କ ବାୟୋପିକକୁ ନେଇଏପର୍ଯ୍ୟନ୍ତ ଅଫିସିଆଲି କୌଣସି ସୂଚନା ଦିଆଯାଇନଥିବା ବେଳେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି । ସେହିପରି ବାୟୋପିକ୍‌ର ନିର୍ଦ୍ଦେଶନା ଦାୟିତ୍ୱା ତୁଲାଇବା ପାଇଁ କେତେକ ନିର୍ଦ୍ଦେଶକଙ୍କ ନାମକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଫିଲ୍ମର ପ୍ଲାନିଂ ଉପରେ ଏବେ କାମ ଜାରି ରହିଛି । ଯଦି ଆଗକୁ ସବୁ କିଛି ଠିକ୍‌ ରହିବ ତ ଖୁବଶୀଘ୍ର ଫିଲ୍ମ ଫ୍ଲୋର ଉପରକୁ ଆସିପାରିବ । ଅନ୍ୟପକ୍ଷରେ ଏକ ଓଟିଟି ପ୍ଲାଟଫର୍ମ ଦ୍ୱାରା ମୀନା କୁମାରୀଙ୍କ ଜୀବନୀ ଉପରେ ଏକ ସିରିଜ୍‌ ନିର୍ମାଣ ପାଇଁ ପୂର୍ବରୁ ହିଁ ଯୋଜନା କରିସାରିଛି, ଯାହାର ଆଧିକାରିକ ଘୋଷଣା ମଧ୍ୟ ହୋଇସାରିଛି । ଏହି ପ୍ରୋଜେକଫ ମୀନା କୁମାରୀ ଏବଂ କମଲ ଅମରୋହୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହେବ । କୀର୍ତ୍ତିଙ୍କ ଅପକମିଂ ପ୍ରୋଜେକଫ ମଧ୍ୟରେ ସାଉଥ ଷ୍ଟାର ପ୍ରଭାସଙ୍କ ‘ଆଦିପୁରୁଷ’, ଟାଇଗର ଶର୍ଫଙ୍କ ଫିଲ୍ମ ‘ଗଣପତ’ ସାମିଲ ରହିଛି । ଏଥିସହ ‘ଭେଡିୟା’ ଏବଂ ‘ଶେହଜାଦା’ରେ ମଧ୍ୟ କୀର୍ତ୍ତି ନଜର ଆସିବେ ।

Launching Ceremony of “AYUSHMAN BHARAT

Comments are closed.