ଆସୁଛି କ୍ରିସ୍‌-୪

ମୁମ୍ବାଇ: ମାର୍ଚ୍ଚ ୧୪: ବଲିଉଡ୍ର ଆକ୍ସନ୍ ଷ୍ଟାର ହ୍ରିତିକ ରୋଶନ ଏବେ ନିଜ ଅପ୍କମିଂ ଫିଲ୍ମ ବିକ୍ରମ ବେଧାର ସୁଟିଂକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି। ସେପଟେ ବାପା ରାକେଶ ରୋଶନ କ୍ରିସ୍-୪କୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ରିପୋର୍ଟ ମୁତାବକ, ଏବେ ରାକେଶ ରୋଶନ ଫିଲ୍ମର କାଷ୍ଟିଂ ଠାରୁ ଆରମ୍ଭ କରି ସବୁ ଜିନିଷ ଉପରେ କାମ ଆରମ୍ଭ କରିଛନ୍ତି। ଜୁନ୍ରୁ ଏହି ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇଯିବ। କିନ୍ତୁ ଏହି ଫିଲ୍ମରେ କିଏ ଲିଡ୍ ହିରୋଇନ୍ ହେବେ ସେ ନେଇ ରାକେଶ ରୋଶନ ଏବେ ଯାଏଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ଫିଲ୍ମର ସବୁ ସିରିଜ୍ରେ ପ୍ରିୟଙ୍କା ଚୋପ୍ରା ହିଁ ଲିଡ୍ ରୋଲ୍ରେ ନଜର ଆସିଛନ୍ତି। କିନ୍ତୁ ବର୍ତ୍ତମାନ ହିରୋଇନ୍କୁ ନେଇ ଚର୍ଚ୍ଚା ଚାଲିଛି କ୍ରିସ୍-୪ରେ ଦୀପିକା ନଜର ଆସିପାରନ୍ତି ।

Launching Ceremony of “AYUSHMAN BHARAT

Comments are closed.