ଭୁବନେଶ୍ୱର: ଡିସେମ୍ବର ୦୨: ଆନ୍ଧ୍ର ଓ କୋଟିଆ ବିବାଦ ବହୁ ସମୟ ଧରି ଚାଲି ଆସୁଛି। ତେବେ ଓଡିଶା ସୀମାରେ ପସିବା ପାଇଁ ଆନ୍ଧ୍ର ସରକାର ଏକ ନୂଆ ଉପାୟ ଚିନ୍ତା କରିଛନ୍ତି। ବହୁ ପ୍ରଲୋଭନ ପରେ ଏବେ କୋଟିଆବାସୀଙ୍କୁ ଜଳ ବିଦ୍ୟୁତ ପ୍ରକଳ୍ପର ଲୋଭ ଦେଖାଉଛି ଆନ୍ଧ୍ର ସରକାର।
ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଏନଆରଇଡି ଟିମ୍ କୋଟିଆରେ ପଶି ସର୍ଭେ କରିଛନ୍ତି। ସାଲୁର ଓ କୋଟିଆରେ ପମ୍ପଡ ଷ୍ଟୋରେଜ୍ ପାୱାର ପ୍ରୋଜେକc କରିବାକୁ ଏନଆରଇଡି ପକ୍ଷରୁ ସର୍ଭେ କରାଯାଇଛି। ଏହା ତାଡିବଲସା ଓ ନାରେଡି ବାଲସାରେ ହେରିଟେଜ ରୋଡ କରିବାକୁ ମଧ୍ୟ ଯୋଜନା କରୁଛି । ଏହି ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି ୨୦୦ କୋଟି ଟଙ୍କାର ଡିପିଆର।
ନାରେଡିବାଲସା ପାହାଡିଆ ନଦୀର ଜଳକୁ ସଂରକ୍ଷଣ କରି ପାଖାପାଖି ୧୦୦ ମେଗାୱାଟର ବିଦ୍ୟୁତ ଉତ୍ପାଦନର ପ୍ଲାନିଂ କରୁଛି ଆନ୍ଧ୍ର। ତେବେ ଆନ୍ଧ୍ର ଓ ଓଡିଶା ବିବାଦ ମଧ୍ୟରେ ଏହି ପ୍ରକଳ୍ପ କେତେ ଦୂର ସଫଳ ହୋଇପାରିବ, ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

Comments are closed.