ଲକ ଡାଉନ ଯୋଗୁଁ କୋଣାର୍କରେ ମହିଳା ସଙ୍ଘଠନ ପକ୍ଷରୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ସମୟ ଲାଇଭ,୧୩/୪(ସଂଗ୍ରାମ କେଶରୀ ମହାପାତ୍ର ): ସାରା ଵିଶ୍ଵ ରେ ବଢ଼ି ଚାଲିଛି କରୋନାର ପ୍ରଦୁର୍ଭାଵ। ଯାହା ଏବେ ସମସ୍ତ ଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି।ଏହି ଘଡିସନ୍ଧି ମୁହୂର୍ତ୍ତରେ ଅନେକ ଲୋକ ଚାଲି ଆସିଛନ୍ତି ସରକାର ଙ୍କ ସହ ସାମିଲ ହୋଇ ଏହି କରୋନା ରୂପକ ଯୁଦ୍ଧ ରେ ନିଜକୁ ଯୋଦ୍ଧା ସଜାଇ ଗରିବ ଓ ଅସହାୟ ମାନଙ୍କ ସାହାଯ୍ୟ ନିମନ୍ତେ। ଯାହାର ଉଦାହରଣ ଦେଖିବାକୁ ମିଳିଛି କୋଣାର୍କ ରେ। ଅର୍କକ୍ଷେତ୍ର କୋଣାର୍କ ରେ ଲକ ଡାଉନ ର ପ୍ରଭାବ ପଡ଼ିଥିବାରୁ କୋଣାର୍କ ର ମହିଳା ମହାସଙ୍ଘର ମହିଳା ମାନେ ମିଳିତ ଭାବେ ବୁଲା ପଶୁଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିବା ସହ କୋଣାର୍କ ଏନଏସିର ସମସ୍ତ ସଫେଇ କର୍ମଚାରୀଙ୍କୁ ଏକତ୍ରିତ କରାଇ ପ୍ରଥମେ ରନ୍ଧା ଖାଦ୍ୟ ଦେବା ପରେ ମାସ୍କ ବଣ୍ଟନ କରିଥିଲେ।ଯାହା ଆଗକୁ ମଧ୍ୟ ଜାରୀ ରହିବ ବୋଲି ମହିଳା ମହାସଙ୍ଘ ଗ୍ରୁପର ସଭାନେତ୍ରୀ ପ୍ରକାଶ କରିଛନ୍ତି |

Launching Ceremony of “AYUSHMAN BHARAT

Comments are closed.