ନୂତନ ବର୍ଷର ପ୍ରଥମ ସୂର୍ୟ୍ୟ ଉଦୟ ଦର୍ଶନ ପାଇଁ ଚନ୍ଦ୍ରଭାଗା ଠାରେ ପର୍ୟ୍ୟଟକଙ୍କ ଭିଡ

ସମୟ ଲାଇଭ୍‍,୧/୧: ନୂତନ ବର୍ଷ ର ପ୍ରଥମ ସୂର୍ୟ୍ୟ ଉଦୟକୁ ଦେଖିବାପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ୟ୍ୟଟକ ଙ୍କ ଭିଡ଼ ଦେଖିବାକୁ ମିଳିଛି ।
କୋଣାର୍କ ରେ ରାତିତମାମ ପର୍ୟ୍ୟଟକ ମାନେ ନୂଆ ବର୍ଷ ସେଲିବ୍ରେଟ କରିବା ସହିତ ଭୋର ଚାରିଟା ଠାରୁ ଚନ୍ଦ୍ରଭାଗା ଠାରେ ନୂତନ ବର୍ଷର ପ୍ରଥମ ସୂର୍ୟ୍ୟ କିରଣ ଦର୍ଶନ ପାଇଁ ଅନାଇ ବସିଥିଲେ କ୍ଷ ପ୍ରବଳ କୁହୁଡି ଓ ବାଦଲ ଯୋଗୁ ସୂର୍ୟ୍ୟ ଦେବତା ଡେରିରେ କିଛି ସମୟ ପାଇଁ ବାହାରିଥିଲେ।
ନୂତନ ବର୍ଷର ପ୍ରଥମ ସୂର୍ୟ୍ୟ ଉଦୟ ହେବାପରେ ଚନ୍ଦ୍ରଭାଗା ବେଳାମାର୍ଗରେ ହରିବୋଲ ଓ ହୁଳହୁଳି ରେ କମ୍ପିଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା କ୍ଷ ବେଳାମାର୍ଗ ସମୁଦ୍ରରେ ଗାଧୋଇବା ସହ ସୂର୍ୟ୍ୟ ଉଦୟ ପରେ ଦୀପ ଦାନ କରି ସୂର୍ୟ୍ୟ ଦେବତା ଙ୍କୁ ଦର୍ଶନ କରିଥିଲେ ପର୍ୟ୍ୟଟକ।
ନୂତନ ବର୍ଷ ସୂର୍ୟ୍ୟ ଙ୍କ ସୁନେଲି କିରଣର ଆଲୋକ ପରି ଦେଶ ବାସୀ ଓ ସାରା ବିଶ୍ୱକୁ ଶାନ୍ତି ଓ ପ୍ରଗତିର ବର୍ଷ ହେଉ ବୋଲି ପର୍ୟ୍ୟଟକ କହିଥିଲେ।
ଏପଟେ ନୂତନ ବର୍ଷରେ ସୂର୍ୟ୍ୟ ମନ୍ଦିରରେ ପର୍ୟ୍ୟଟକ ଙ୍କ ଭିଡ଼ ଜମିଛି ।

Launching Ceremony of “AYUSHMAN BHARAT

Comments are closed.