କୋଇଡା ବିଡିଓଙ୍କୁ ମାଡ଼ ମାରି ବନ୍ଧା ହେଲେ ବାପା

ରାଉରକେଲା : ପୁଣି ଚର୍ଚ୍ଚାରେ କୋଇଡା ବିଡ଼ିଓ I କୋଇଡା ବିଡ଼ିଓ ପଲ୍ଲବୀ ରାଣୀ ରାଜ ଙ୍କୁ ମାଡ଼ ମାରିଛନ୍ତି ବାପା ଓ ଭାଇ I ଏ ନେଇ କୋଇଡ଼ା ବିଡିଓ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ୩୪/୨୦୨୩ ଅନୁଯାୟୀ ବାପାଙ୍କୁ ଗିରଫ କଥିବାବେଳେ ଭାଇ ସଂଗ୍ରାମ ଫେରାର୍ ରହିଛି I

ସୂଚନା ଅନୁଯାୟୀ ବିଡ଼ିଓ ପଲ୍ଲବୀ ରାଜଙ୍କ ଭାଇ ସ୍ଥାନୀୟ ଅଂଚଳରେ ଠିକାଦାର ଅଛନ୍ତି I ଗତକାଲି ରାତି ୧୦ରେ ପଲ୍ଲବୀଙ୍କ ସରକାରୀ କ୍ୱାଟରକୁ ବାପା ଓ ଭାଇ ଅଚାନକ ଆସି ପୁରୁଣା ବିଲ ସମ୍ପର୍କରେ କହିଥିଲେ I ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା I ଏଥିରେ ଉତ୍ୟକ୍ତ ହୋଇ ତାଙ୍କ ବାପା ଓ ଭାଇ ଏକ ବାଡ଼ି ଆଣି ପଲ୍ଲବୀଙ୍କ ନିର୍ଘାତ ମାଡ଼ ମାରିଥିଲେ I ପଲ୍ଲବୀଙ୍କ ପାଟି ଶୁଣି ତାଙ୍କ ବଞ୍ଚାଇବା ପାଇଁ ପାଖ କ୍ଵାଟର ରୁ ବ୍ଲକ୍ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀ ଆସିଲା ବେଳକୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ଏ ନେଇ କୋଇଡା ବିଡ଼ିଓ ଥାନାରେ ଏତଲା ପରେ ମାମଲା ରୁଜୁ କରି ୩୪/୨୦୨୩ ଅନୁଯାୟୀ ବାପାଙ୍କୁ ଗିରଫ କରିଛନ୍ତି ପୋଲିସ୍।

ସେପଟେ ପଲ୍ଲବୀଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ଯାଇ ଚିକିତ୍ସିତ କରିବା ପରେ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି। ଏହା ସହିତ ସହକାରୀ ଯନ୍ତ୍ରୀଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏନେଇ ପଲ୍ଲବୀଙ୍କ ବାପା ଓ ଭାଇଙ୍କ ପ୍ରତିକ୍ରିୟା ମିଳିପାରିନିା

Launching Ceremony of “AYUSHMAN BHARAT

Comments are closed.