ଫ୍ୟାଶନ ଶୋ’ର ଇତିହାସ

ଆଜିକାଲି ପ୍ରତିଦିନ କିଛି ନା କିଛି ଫ୍ୟାଶନ ଶୋ’ ଆୟୋଜିତ ହେଉଛି । ଏହି ଶୋ’ ଜରିଆରେ ପୋଷାକ, ଅଳଙ୍କାର, ଚପଲ, ଜୋତା ସମେତ ଏପରି ବହୁ ସାମଗ୍ରୀର ପଦର୍ଶନ କରାଯାଏ । ପୁରୁଷ ଏବଂ ମହିଳା ମଡେଲମାନେ ଷ୍ଟାଇଲ ସହ ଏହି ସମସ୍ତ ସାମଗ୍ରୀର ପ୍ରଦର୍ଶନ କରିଥାନ୍ତି, ଯେଉଁମାନଙ୍କୁ ର୍ୟାମ୍ପ ୱାକ୍‌ କରୁଥିବା ଦେଖିବାର ଏକ ଭିନ୍ନ ପ୍ରକାରର ଅନୁଭବ ପ୍ରଦାନ କରିଥାଏ । ଟଲିଉଡ୍‌ଠାରୁ ବଲିଉଡ୍‌ ଏବଂ ଅନେକ ସୁନ୍ଦରୀ ପ୍ରତିଯୋଗିତା ମଧ୍ୟ ଏହା ଉପରେ ଆଧାରିତ ହୋଇଥାଏ ।

 ଫ୍ୟାଶନ ଶୋ’ର ଇତିହାସ

ହେଲେ ଏହି ର୍ୟାମ୍ପ ୱାକ୍‌ କେବଠୁ ଆରମ୍ଭ ହେଲା, ସେ ବିଷୟରେ ଆପଣଙ୍କୁ ଖୁବ କମ୍‌ ଜଣାଥିବ । ତେବେ ଏହି ଫ୍ୟାଶନ ଶୋ’ର ଇତିହାସ ଉନବିଂଶ ଶଦାବ୍ଦୀରୁ ଜଡ଼ିତ । ରିପୋର୍ଟ ଅନୁଯାୟୀ ଚାର୍ଲସ ଫ୍ରେଡରିକ୍‌ ନାମକ ଜଣେ ବ୍ରିଟିଶ ଫ୍ୟାଶନ ଡିଜାଇନର ପ୍ରଥମ ଥର ପାଇଁ ଏପରି ବିଚାର ନେଇ ଆସିଥିଲେ । ସେ ଯେଉଁ କପଡ଼ା ଡିଜାଇନ କରିଥିଲେ, ମଡେଲମାନଙ୍କ ଜରିଆରେ ସେସବୁର ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ବାସ୍ତବରେ ପ୍ରଥମେ କପଡ଼ା ପ୍ରଦର୍ଶିତ ପାଇଁ ପୁତ୍ତଳିକାର ବ୍ୟବହାର କରାଯାଉଥିଲେ । ହେଲେ ଚାର୍ଲସ ଫ୍ରେଡରିକ୍‌ ପ୍ରଥମ ଥର ମଡେଲ୍‌ଙ୍କ ଦ୍ୱାରା କପଡ଼ା ପ୍ରଦର୍ଶିତ କରିଥିଲେ ।

 ଫ୍ୟାଶନ ଶୋ’ର ଇତିହାସ
ଚାର୍ଲସ ଫ୍ରେଡରିକ୍‌

ଏହାକୁ ସେସମୟରେ ଫ୍ୟାଶନ ପରେଡ୍‌ ନାମ ଦିଆଯାଇଥିଲା । ଧୀରେଧୀରେ ଏହା ଲଣ୍ଡନ ଏବଂ ନୁ୍ୟୟର୍କ ସହରକୁ ବ୍ୟାପିଥିଲା । ସାଧାରଣତଃ ଏହି ଫ୍ୟାଶନ ପରେଡ ବହୁତ ଛୋଟ ଆକାରରେ ଆୟୋଜିତ ହେବାକୁ ଲାଗିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ଡିଜାଇନକୁ ନକଲ କରିବାର ଭୟ ରଖି ଏହି କାର୍ଯ୍ୟକ୍ରମଗୁଡ଼ିକରେ ଫଟୋଗ୍ରାଫରକୁ ବ୍ୟାନ କରାଯାଉଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଫ୍ୟାଶନ ଦୁନିଆର ଏକ ଅଲଗା ହିଁ ବିସ୍ତାର ହେବାକୁ ଲାଗିଲା । ୧୯୪୭ରେ ପ୍ରଥମ ଥର ପ୍ୟାରିସରେ ଫ୍ୟାଶନ ଡିଜାଇନର କ୍ରିଷ୍ଟିଆନ ଡିଓର ସ୍କର୍ଟ ପିନ୍ଧିଥିବା କେତେକ ପତଳା ଯୁବତୀଙ୍କୁ ନେଇ ଏକ ଶୋ’ କରିଥିଲେ ।

 ଫ୍ୟାଶନ ଶୋ’ର ଇତିହାସ
ଫ୍ୟାଶନ ଡିଜାଇନର କ୍ରିଷ୍ଟିଆନ ଡିଓର

ସେତେବେଳେ କ୍ରିଷ୍ଟିଆନଙ୍କ ଏହି ଶୋ ନାରୀଙ୍କ ନୂଆ ରୂପ ରଙ୍ଗ ସମଗ୍ର ଦୁନିଆର ସାମ୍ନାକୁ ଆସିଥିଲା । ଏପିର ଭାବେ ମହିଳାଙ୍କ ଫ୍ୟାଶନ ଶିଳ୍ପରେ ପ୍ରବେଶ ହୋଇଥିଲା । ୧୯୬୦ ଦଶକରେ ଭାବ ପ୍ରକାଶ କରୁନଥିବା ମଡେଲଙ୍କ ସହ ସଙ୍ଗୀତକୁ ଯୋଡ଼ାଯାଇଥିଲା । ଏହାପରେ ପରେ ୧୯୮୦-୯୦ ଆଡ଼କୁ ବଡ଼ ଇଭେଣ୍ଟ୍‌ରେ ପରିଣତ ହେଲା ଫ୍ୟାଶନ ଶୋ’ । ୧୯୯୮ର ସକର୍‌ ୱାଲïର୍ କପ୍‌ ଫାଇନାଲରେ ସେଣ୍ଟ୍‌ ଲରେଣ୍ଟ ଷ୍ଟାଡିୟମରେ ରନ୍‌ େୱ ଶୋ’କୁ ଆୟୋଜିତ ଇତିହାସ ରଚିଥିଲେ ।

 ଫ୍ୟାଶନ ଶୋ’ର ଇତିହାସ
୧୯୯୮ର ସକର୍‌ ୱାଲïର୍ କପ୍‌ ଫାଇନାଲରେ ସେଣ୍ଟ୍‌ ଲରେଣ୍ଟ ଷ୍ଟାଡିୟମରେ ରନ୍‌ େୱ ଶୋ’

ଏଥିରେ ପ୍ରାୟ ୩୦୦ ମଡେଲ୍‌ ର୍ୟାମ୍ପୱାକ୍‌ କରିଥିଲେ । ଏହାକୁ ସେତେବେଳେ ୧.୭ ବିଲିୟନ ଲୋକ ଟେଲିଭିଜନରେ ଦେଖିଥିଲେ । ଆଜିକାଲି ପ୍ରତ୍ୟେକ ସହରରେ ଫ୍ୟାଶନ ଶୋ ଆୟୋଜିତ ହେଉଛି । ବିଦେଶର ବହୁ କମ୍ପାନୀରେ ଭାରତୀୟ ମଡେଲ କାମ କରି ସୁନାମ ଅର୍ଜନ କରୁଛନ୍ତି ।

Launching Ceremony of “AYUSHMAN BHARAT

Comments are closed.