କଟକ : ଗୁଡ଼ି ନେଲା ନାବାଳକଙ୍କ ଜୀବନ । ଗୁଡି ଉଡାଇବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ନାବାଳକ I ଗତକାଲି ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ବିଡାନାସୀ ବନ୍ଧ ଛକ ଅଞ୍ଚଳରେ I ଘରୁ ନେଇ ଉଡ଼ାଇବାକୁ ଯାଇଥିଲେ ଜଣେ ୯ ବର୍ଷୀୟ ବାଳକ I ହେଲେ ଡ୍ରେନଟି ମୁକୁଳା ଥିବା ଜାଣି ନ ପରି ପିଲାଟି ଡ୍ରେନରେ ପଡ଼ି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା।
ପରିବାର ଲୋକେ ବହୁ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟମାକୁ ନେଇ ସିଏମସିକୁ ଦାୟୀ କରିଛନ୍ତି ପରିବାର ଓ ସମ୍ପର୍କୀୟ।

Comments are closed.