ସାମଗ୍ରୀ- ୫୦୦ଗ୍ରାମ ମଟନ୍, ୧୦ଟି ଗୁଜୁରାତି, ୪ଟି ଡାଲଚିନି ଖଣ୍ଡ, ୨ଟି ଲବଙ୍ଗ, ଅଳ୍ପ ପରିମାଣ କେଶର, ଏକ କପ୍ କିସ୍ମିସ୍, ୨ଚାମଚ ରସୁଣ ପେଷ୍ଟ, ଏକ ଚାମଚ ଚିନି, ଦୁଇ ଚାମଚ ତେନ୍ତୁଳି ରସ, ଦେଶି ଘିଅ ଆବଶ୍ୟକତା ଅନୁଯାୟୀ ।
ପ୍ରଣାଳୀ- ପ୍ରଥମେ କେଶରକୁ ପାଣିରେ ବୁଡାଇ ରଖନ୍ତୁ । ମିଡିଅମ୍ ଆଞ୍ଚରେ ମଟନକୁ ପାଣିରେ ୧ରୁ ୨ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ । ଏହାପରେ ମଟନ୍କୁ ଛାଣି ପ୍ଲେଟ୍ରେ ରଖନ୍ତୁ । ବର୍ତ୍ତମାନ ଘିଅ ଗରମ କରନ୍ତୁ । ଘିଅ ଗରମ ହେବା ପରେ ଏଥିରେ ଖଣ୍ଡ ଗରମ ମସଲା ପକାଇ ଅଳ୍ପ ଭାଜିନିଅନ୍ତୁ । ବର୍ତ୍ତମାନ ମଟନ ପକାଇ ଭାଜନ୍ତୁ ।

ମଟନ ଭାଜି ହେବା ପରେ ଏଥିରେ ଅଳ୍ପ ପାଣି ଓ ଲୁଣ ପକାଇ କିଛି ସମୟ ପାଇଁ ରାନ୍ଧନ୍ତୁ । ଯେତେବେଳେ ମଟନ ଫୁଟିବାକୁ ଲାଗିବ ସେହି ସମୟରେ ରସୁଣ ପେଷ୍ଟ, ତେନ୍ତୁଳି ପାଣି ଓ ଚିନି ପକାଇ ଗୋଳାନ୍ତୁ । ଏହାପରେ ମଟନକୁ ପୁରା ସିଝିବାକୁ ଦିଅନ୍ତୁ । ଏହାପରେ କେସର ପାଣି ଓ କିସ୍ମିସ୍ ପକାଇ ମିଶାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଖିସ୍ମିସ୍ ମଟନ ।

Comments are closed.