ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ କମ୍ ସମୟ ମଧ୍ୟରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି । ‘ଫଗଲୀ’ରୁ ବଲିଉଡ୍ ଡେବୁ୍ୟ କରିଥିବା କିଆରା ଏବେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୩ରୁ ୪ କୋଟି ଟଙ୍କା ଚାର୍ଜ କରୁଛନ୍ତି । ଏହା ବ୍ୟତୀତ ବିଜ୍ଞାପନରେ ମଧ୍ୟ ଭଲ ରୋଜଗାର କରୁଛନ୍ତି । ଅଭିନୟ ବ୍ୟତୀତ କିଆରା ତାଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା ।
ତାଙ୍କର ମହଙ୍ଗା ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ପୂର୍ବେ ଅଭିନେତ୍ରୀଙ୍କୁ ଗୁଚ୍ଚିର ଟି-ସାର୍ଟରେ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ରିପୋର୍ଟ ଅନୁଯାୟୀ ସାଧା ଟି-ସାର୍ଟ ପରି ଦେଖାଯାଉଥିବା ଏହି ଡ୍ରେସ୍ର ଦାମ ୫୨ ହଜାର ଟଙ୍କା ଥିଲା । କାଜୁଆଲ୍ ଲୁକ୍ରେ କିଆରା ବହୁତ ଷ୍ଟାଇଲିସ୍ ନଜର ଆସୁଥିଲେ । କିଆରାଙ୍କୁ ମହଙ୍ଗା ସ୍ୟାଣ୍ଡେଲ୍ ଏବଂ ଚପଲର ମଧ୍ୟ ସଉକ ରହିଛି ।
ଗୁଡ୍ ନୁ୍ୟଜ୍ ପ୍ରମୋସନ୍ ଅବସରରେ ସେ ହ୍ୱାଇଟ୍ କଲରର ହାଇ ହିଲ୍ସ ସ୍ନିକର୍ସ ପିନ୍ଧିଥିଲେ । ତାହାର ଦାମ ମଧ୍ୟ ୫୦ ହଜାର ଟଙ୍କା ଥିଲା । ବଲିଉଡ୍ ପ୍ରୀତିଙ୍କୁ ଗୁଚ୍ଚି ବ୍ରାଣ୍ଡ୍ ବହୁତ ପସନ୍ଦ କାରଣ ସେ କେବଳ ସେହି ବ୍ରାଣ୍ଡ୍ର ଟି-ସାର୍ଟ କ୍ୟାରି କରନ୍ତି ନାହିଁ ବରଂ ଜୋତା ମଧ୍ୟ ପିନ୍ଧିବାକୁ ଅତ୍ୟନ୍ତ ପସନ୍ଦ କରନ୍ତି । ଥରେ ୪୬ ହଜାର ଟଙ୍କା ମୂଲ୍ୟର ଗୁଚ୍ଚି ବ୍ରାଣ୍ଡର ଏକ ଜୋତା ପିନ୍ଧିଥିବା କିଆରା ନଜର ଆସିଥିଲେ ।
ସେହିପରି ମହଙ୍ଗା ବ୍ୟାଗ୍କୁ ସେ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ୍ ଭାବେ ବିବେଚନା କରିଥାନ୍ତି । ୨୦୧୭ରେ କିଆରାଙ୍କ ପାଖରେ ଏକ ବ୍ୟାଗ୍ ଥିଲା, ଯାହାର ଦାମ୍ ସେସମୟରେ ୩.୫ ଲକ୍ଷ ଟଙ୍କା ଥିଲା । ଗୁଚ୍ଚି ବ୍ୟତୀତ କିଆରାଙ୍କୁ ବରବେରୀ ବ୍ରାଣ୍ଡ୍ର ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । ବରବେରୀ ବ୍ରାଣ୍ଡ୍ର ଏକ ବ୍ଲାକ୍ ଜ୍ୟାକେଟ୍ରେ କିଆରା ଦେଖିîବାକୁ ମିଳିଥିଲେ । ତାଙ୍କର ଏହି ବ୍ଲାକ୍ ଜ୍ୟାକେଟ୍ର ଦାମ ଏକ ଲକ୍ଷ ଟଙ୍କା ଥିଲା, ଯାହା ଚର୍ଚ୍ଚା ପରିସରକୁ ଆସିଥିଲା । କିଆରା ପ୍ରଫେସନାଲ ଲାଇଫ୍ ସହ ପର୍ସନାଲ ଲାଇଫ୍କୁ ନେଇ ମଧ୍ୟ ଶିରୋନାମାରେ ରହିଥାନ୍ତି । ଗତ କିଛି ସମୟ ଧରି ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଖବର ଆସିଥିଲା । ଶେରଶାହ ଫିଲ୍ମ ସମୟରେ ଉଭୟଙ୍କୁ ବହୁ ସ୍ଥାନରେ ଏକାଠି ସ୍ପଟ୍ କରାଯାଇଥିଲା ।
Comments are closed.