ନିଜର ବୋଲ୍ଡନେସ ଓ ଗ୍ଲାମର ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଖୁସି ବର୍ତ୍ତମାନ ଅନ୍ୟଏକ କାରଣ ପାଇଁ ବିବାଦରେ ଅଛନ୍ତି । ନିଜର ବୋଲ୍ଡନେସ ପାଇଁ ଚର୍ଚ୍ଚାରେ ଅଛନ୍ତି ଖୁସି । ଦୀପାବଳି ଅବସରରେ ତାଙ୍କର ପୋଲିସ ସହିତ ଝଗଡା ହୋଇଥିବା ଦେଖିବାକୁ ମିଳିଛି । ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ସେ ରାସ୍ତା ଉପରକୁ ବାଣ ଫୋଫାଡିବା ସହିତ ପୋଲିସ କର୍ମଚାରୀଙ୍କ ସହିତ ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି । ତେବେ ଘଟଣାଟି ଖୁସିଙ୍କର ଗାଡି ମାଡ ହେବା କଥାରୁ ଆରମ୍ଭ ହୋଇଛି । କେହି ଜଣେ ବ୍ୟକ୍ତି ଖୁସିଙ୍କ ଗାଡିକୁ ଧକ୍କା ଦେଇଛି ଯାହାପରେ ଏହି ବିବାଦ ଆରମ୍ଭ ହୋଇଥିବାନେଇ ଭିଡିଓରୁ ଆକଳନ କରାଯାଉଛି । ଖୁସି ଓ ସ୍ଥାନୀୟ ବାଣ ଦୋକାନୀଙ୍କର ଯୁକ୍ତି ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ କର୍ମଚାରୀଙ୍କ ସହିତ ମଧ୍ୟ ଖୁସିଙ୍କର ଯୁକ୍ତି ତର୍କ ହେଉଥିବା ଭିଡିଓରୁ ଜଣା ପଡିଛି ।
