ହିମାଞ୍ଚଳପ୍ରଦେଶ ବିଧାନସଭାର ଫାଟକରେ ଖଲିସ୍ତାନୀ ପତାକା

ହିମାଞ୍ଚଳପ୍ରଦେଶ: ମଇ ୦୯: ହିମାଞ୍ଚଳପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକରେ ଖଲିସ୍ତାନୀ ପତାକା ବିଧାନସଭାର ମୁଖ୍ୟ ଫାଟକରେ ଖଲିସ୍ତାନୀ ପତାକା ।ଏହା ସହିତ ପାଚେରୀରେ ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପତାକା ଗୁଡିକୁ ଖୋଲିବା ସହ ସ୍ଲୋଗାନ୍‌ ଲିଭାଇଛି । ତେବେ ଧର୍ମଶାଳା ସ୍ଥିତ ହିମାଞ୍ଚଳପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକରେ ମୋଟ ୬ଟି ଖଲିସ୍ତାନୀ ପତାକା ଲଗାଯାଇଥିଲା । ଏପରି ଘଟଣା ଭିଆଇଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା କାଙ୍ଗରା ଏସପି କହିଛନ୍ତି । ଏହାସହ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି । ସେପଟେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ହିମାଞ୍ଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର । ହିମାଞ୍ଚଳପ୍ରଦେଶ ଏକ ସୌହାଦ୍ଦର୍ୟପୂର୍ଣ୍ଣ ରାଜ୍ୟ ହୋଇଥିବାବେଳେ ଶାନ୍ତି ବଜାୟ ରହିବା ଆବଶ୍ୟକ । ଏଦିଗରେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି । ଏବଂ ଏପରି କାଣ୍ଡ କରିଥିବା ଲୋକଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Govt

Comments are closed.