ନୂଆଦିଲ୍ଲୀ: ମଇ୦୭: ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ -୨ ଦେଶ ତଥା ଦେଶ ବାହାରେ ବହୁତ ବଡ ସଫଳତା ହାସଲ କରିଛି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମସ୍ତ ହିଟ୍ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହାର ଓଟିଟି ରାଇଟସ୍ ବିଷୟରେ ଏକ ବଡ ଖବର ଆସିଛି ।କେଜିଏଫ୍ -୨ର ରାଇଟସ୍ ପ୍ରାୟ ୩୨୦ କୋଟିରେ ବିକ୍ରି କରାଯାଇଛି । ଯାହା ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ସବୁଠାରୁ ବଡ ଡିଲ୍ ବୋଲି ପ୍ରମାଣିତ ହୋଇଛି। ଏହା ସହିତ ନିର୍ମାତାମାନେ ଓଟିଟି ରାଇଟସ୍ରୁ କୋଟି କୋଟି ଟଙ୍କା ମଧ୍ୟ ହାସଲ କରିଛନ୍ତି। ଖବର ଅନୁଯାୟୀ, ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ କେଜିଏଫ୍ ୨ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭଳି ଭାଷାରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହାପୂର୍ବରୁ, ଫିଲ୍ମଟି ୨୭ ମେ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବ ବୋଲି କୁହାଯାଉଥିଲା । ହେଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।ୟଶଙ୍କ ଫିଲ୍ମ କେଜିଏଫ୍ -୨ ବକ୍ସ ଅଫିସ୍ରେ ଅମୀରଙ୍କ ଖାନଙ୍କ ଫିଲ୍ମ ଦଙ୍ଗଲକୁ ମଧ୍ୟ ପଛରେ ପକାଇଛି। ତେବେ ବର୍ତ୍ତମାନ କେଜିଏଫ୍ ୨ ଦେଶର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଫିଲ୍ମର ହିନ୍ଦୀ ଭର୍ସନ ବୁଧବାର ପର୍ଯ୍ୟନ୍ତ ୩୯୧.୬୫ କୋଟି ଟଙ୍କା ସଂଗ୍ରହ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ୪୦୦ କୋଟି ଆଡକୁ ଗତି କରୁଛି ।
Comments are closed.