କେନ୍ଦ୍ରାପଡ଼ା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସଙ୍କ ହାତରେ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ । ସେ ପୁଣି ଅବସର ନେବାର ଦୁଇ ପୂର୍ବରୁ ଘଟିଲା ଏହି ଅଘଟଣ । ୨୦ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂ ବଦଳି କରେଇ ଦେବା ପାଇଁ ପିଅନ ସନ୍ତୋଷ କୁଣ୍ଡୁଙ୍କଠାରୁ ୨୦ ହାଜର ଟଙ୍କା ନେଉଥିଲା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍ସ ହଠାତ୍ କାବୁ କରି ନେଇଥିଲା ଏବଂ ଟଙ୍କା ଜବତ କରଥିଲା । ଏହି ଘଟଣା ତିନିମୁହାଁଣୀ ଛକ ଏନ୍ଏଚ୍ ସ୍ଥିତ ଏକ ଭଡ଼ା ଘରେ ହୋଇଥିଲା ।
ଭିଜିଲାନ୍ସ ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବଙ୍କୁ ଲାଞ୍ଚ ସହିତ ଧରିଥିଲା ବେଳେ ଉକ୍ତ ଭଡ଼ାଘର, କଟକ ସ୍ଥିତ ଘର ସମେତ ବାଲେଶ୍ୱରରେ ଥିବା ନିଜର ପୈତୃକ ବାସଭବନରେ ଏକକାଳୀନ ଚାଉ ଜାରି ରଖିଛି ।

Comments are closed.