ରୋଡ଼୍‍ ଶୋ’ କଲେ, ମନ୍ଦିର ବି ଗଲେ କେଜରୀୱାଲ, ହୋଇପାରିଲାନି ନାମାଙ୍କନ

ସମୟ ଲାଇଭ,୨୦/୧: ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜରିୱାଲ ଆଜି ନାମାଙ୍କନ ପତ୍ର ଦାଖଲ ପାଇଁ ସ୍ଥିର କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନାହିଁ। ନିର୍ବାଚନୀ ଚିହ୍ନ ଝାଡ଼ୁ ନେଇ ବିରାଟ ରୋଡ଼୍‍ ଶୋ’ କରିବା ସହ ବାଲ୍ମିକୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ କେଜରିୱାଲ। ରୋଡ଼ ଶୋ’ରେ ‘ଅଛେ ବିତେ ୫ ସାଲ, ଲଗେ ରହୋ କେଜରୀୱାଲ’ ନାରା ଦେଇ ବିରାଟ ରୋଡ଼ ଶୋ’ରେ ବାହାରିଥିଲେ ହେଁ ଆଜି ନାମାଙ୍କନ ପତ୍ର ଦାଖଲ କରିପାରିନାହାନ୍ତି। ନାମାଙ୍କନ ପତ୍ର ଦାଖଲ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବା ଫଳରେ ନାମାଙ୍କନ ପତ୍ର ଦାଖଲ କରିପାରିନାହାନ୍ତି କେଜରୀୱାଲ ା
ସୂଚନା ଥାଉ କି, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ ୮ ତାରିଖରେ ମତଦାନ ହେବ। ତେବେ ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନ ଜିଣିବା ପାଇଁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ବିଜୟୀ ହେଲେ ଛାତ୍ରଙ୍କ ପାଇଁ ମାଗଣା ବସ ସେବା ଯୋଗାଇଦେବା ସହ ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟକରିବେ ବୋଲି କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.