ଶୋଇବା ପୂର୍ବରୁ ସଜାଡନ୍ତୁ ଘର

ଆମ ଦୈନନ୍ଦିନ ଜୀବନରେ ଏଭଳି ଅନେକ ଅଭ୍ୟାସ ରହିଛି ଯାହା ଖୁବ ସାଧାରଣ ଲାଗିଥାଏ ହେଲେ ଏହି ଅଭ୍ୟାସ ଆମକୁ ଅଧିକ ସାହାଯ୍ୟ କରିଥାଏ । ପ୍ରତିଦିନ ହେଉ କିମ୍ବା ପ୍ରତି ସପ୍ତାହରେ ଯଦି ଆମେ ଏହି କାମ ଗୁଡିକୁ ସଠିକ୍‌ ସମୟରେ କରିବା ତେବେ ଆମ ଦିନ ଖୁବ ବ୍ୟବସ୍ତିତ ଢଙ୍ଗରେ କଟିବ । ଏହି ତାଲିକା ଖୁବ ଲମ୍ବା ଥିବାବେଳେ ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଶୋଇବା ଆଗରୁ ଘରକୁ ବ୍ୟବସ୍ଥିତ ଢଙ୍ଗରେ ସଜାଡିବା । ଯାହାର ଅନେକ ଫାଇଦା ରହିଛି । ଚେଷ୍ଟା କରନ୍ତୁ ସବୁବେଳେ ରାତିରେ ଶୋଇବା ଆଗରୁ ନିଜ ଘରକୁ ସଜାଡିବେ ବୋଲି । ସବୁ ସାମଗ୍ରୀକୁ ବ୍ୟବସ୍ଥିତ ଢଙ୍ଗରେ ରଖିବାକୁ ଏପରି କରିବା ଦ୍ୱାରା ଆପଣଙ୍କ ସକାଳ ଖୁବ ଶାନ୍ତିରେ କଟିବ । ତେଣୁ ସବୁଦିନ ଶୋଇବା ଆଗରୁ ଘର ସଜାଡିବାର ଅଭ୍ୟାସ ରଖନ୍ତୁ । ଏହା ସବୁଦିନ କରିବା ଫଳରେ ଆପଣଙ୍କ କାମର ବୋଝ ମଧ୍ୟ ପଡିବ ନାହିଁ । ପ୍ରତିଦିନ ଘର ସଜାଡିବାରେ ଦିଆଯାଉଥିବା ୫ରୁ ୧୦ ମିନଟ୍‌ ପାଇଁ ଆପଣଙ୍କର ଘଣ୍ଟାଘଣ୍ଟା ସମୟ ବଞ୍ଚିବ । ସେହିଭଳି ଯଦି ସକାଳୁ ଘର ଅସଜଡା ଦେଖିବାକୁ ମିଳିଥାଏ ତେବେ ଆମର ମାନସିକ ସ୍ୱାସ୍ଥ୍ୟ ଉପର ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ଏପରିକି କିଛି ଲୋକଙ୍କ ମତରେ ସକାଳୁ ସଜଡା ଘର ଦେଖିବା ଫଳରେ ସେମାନଙ୍କର ଆତ୍ମ ବିଶ୍ୱାସ ମଧ୍ୟ ସାରା ଦିନ ରହିଥାଏ । ସେମାନଙ୍କର କାର୍ଯ୍ୟାଳୟରେ ମଧ୍ୟ ଭଲ ସମୟ ବିତିଥାଏ । ତେଣୁ ଯେତେ ବ୍ୟସ୍ତ ଥିଲେ ମଧ୍ୟ ରାତିରେ ଶୋଇବା ଆଗରୁ ଘରକୁ ସଜାଡନ୍ତୁ ।

Govt

Comments are closed.