‘କୌନ୍‍ ବନେଗା କରୋଡ଼ପତି’ପ୍ରଶ୍ନରେ ଗୁଗୁଲ୍‍ ଫେଲ୍‍

ସମୟ ଲାଇଭ୍‍,୨୨/୧୦: ବଲିଉଡ଼ ଜଗତର ଶେହନେଶାହ ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ ଶୋ’ କୌନ ବନେଗା କରୋଡ଼ପତିରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିବାରେ କେବଳ ପ୍ରତିଯୋଗୀଙ୍କ ସହ ଥିବା ଏକ୍ସପର୍ଟ ନୁହଁନ୍ତି ବରଂ ଗୁଗୁଲ ମଧ୍ୟ ବିଫଳ ହୋଇଛି। ଶୋ’ର ଏକାଦଶ ସଂସ୍କରଣରେ ବଲିଉଡ଼ ସମ୍ବନ୍ଧିତ ଏକ ପ୍ରଶ୍ନର ସିଧାସଳଖ ଉତ୍ତର ରଖିବାରେ ବିଫଳ ହେବା ପରେ ଏହାକୁ ନେଇ ବଡ଼ ଧରଣ ଚର୍ଚ୍ଚା ସୃଷ୍ଟି ହୋଇଛି। ହଟ୍‍ ସିଟରେ ବସିଥିବା ପ୍ରତିଯୋଗୀ ଜାଲିମ୍‍ ସାଇଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା। ତେବେ ୬ ଲକ୍ଷ ୪୦ ହଜାର ଧନରାଶିର ଏହି ପ୍ରଶ୍ନର ଉତ୍ତର ଦେଇନପାରି ସେ ଏକ୍ସପର୍ଟଙ୍କ ସହାୟତା ନେଇଥିଲେ। ତେବେ ଏକ୍ସପର୍ଟ ଉତ୍ତର ଦେବା ପରିବର୍ତ୍ତେ ଖେଳରୁ ଓହରିଯିବା ପାଇ ଁ ପରାମର୍ଶ ଦେଇଥିଲେ। ତେବେ ପ୍ରଶ୍ନଟି ଏହା ଥିଲା କି – ବଲିଉଡ଼ର ସବୁଠାରୁ ଅଧିକ ଗୀତ ଲେଖିବାରେ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ କାହା ନାମରେ ରହିଛି ? ଏହି ପ୍ରଶ୍ନର ଚାରୋଟି ଅପସନ୍‍ ଦିଆଯାଇଥିଲା। ଯେଉଁଥିରେ କି, ଗୁଲଜାର, ଜାବେଦ ଅଖ୍‍ତର, ସମୀର ଏବଂ ଅଞ୍ଜାନଙ୍କ ନାମ ସାମିଲ ଥିଲା। ତେବେ ଏହି ପ୍ରଶ୍ନର ଉତ୍ତର ଗୁଗୁଲରେ ଖୋଜିଲେ ମଧ୍ୟ ସହଜରେ ମିଳିପାରୁନାହିଁ। ତେଣୁ ଏହି ପ୍ରଶ୍ନର ଉତ୍ତର ଜଣେ ବଲିଉଡ଼୍‍ ବିଶେଷଜ୍ଞ ହିଁ ଦେଇପାରିବେ।

Launching Ceremony of “AYUSHMAN BHARAT

Comments are closed.