ନୂଆଦିଲ୍ଲୀ: ଡିସେମ୍ବର ୦୨: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଉରି ଫିଲ୍ମ ହିରୋ ଭିକି କୌଶଲ। ଖବର ମିଳିଛି କି ଆସନ୍ତା ୯ ତାରିଖରେ ସେମାନେ ବିବାହ କରିବାକୁ ଯାଉଛନ୍ତି।
ଏହାରି ଭିତିରେ ଷ୍ଟାର ଯୋଡି ନିଜ ବିବାହକୁ ନେଇ ଗାଇଡଲାଇନ ଜାରି କରିଛନ୍ତି। ହୋଟେଲ ବୁକିଂ ଠୁ ଆରମ୍ଭ କରି, ବିବାହ ଭେନ୍ୟୁ ସବୁ ଫାଇନାଲ ହୋଇସାରିଛି । ତେବେ ବିବାହକୁ ଆସୁଥିବା ଗେଷ୍ଟ ମାନେ ତାଙ୍କ ଫୋନ୍, କ୍ୟାମେରା ଆଦି ବ୍ୟବହାର କରି ପାରିବେ ନାହିଁ। େୱଡିଂ ଲୋକେସନକୁ ମଧ୍ୟ ସେୟାର କରିବାର ଅନୁମତି କାହାକୁ ଦିଆଯିବନି। େୱଡିଂ ପ୍ଲାନରଙ୍କ ସହମତି ପରେ ହିଁ କେବଳ ଗଣମାଧ୍ୟମକୁ ଭେନ୍ୟୁ ସମ୍ପର୍କରେ ସୂଚନା ଦିଆଯିବ।
ତେବେ ଏହିପରି କିଛି ସର୍ତ୍ତକୁ ନେଇ ବିବାହ କରିବାକୁ ଯାଉଛନ୍ତି ଷ୍ଟାର କପଲ। ଅନ୍ୟପଟେ କୋଭିଡର ନୂଆ ଷ୍ଟ୍ରେନ ଓ ଗେଷ୍ଟ ଲିଷ୍ଟଙ୍କୁ ନେଇ ସାମାନ୍ୟ ଚିନ୍ତାରେ ଥିବା ମଧ୍ୟ କୁହାଯାଉଛି।

Comments are closed.