କ୍ୟାଟ୍ରିନା ପାଇଲେ ବେଷ୍ଟ ବିଜନେସ୍‌ ୱିମେନ୍‌ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ର ଗ୍ଲାମରସ୍‌ ହିରୋଇନ କ୍ୟାଟ୍ରିନା କୈଫ୍‌ ସର୍ବଦା ନିଜର ରିୟଲ୍‌ ଏବଂ ରିଲ୍‌ ଲାଇଫ୍‌କୁ ନେଇ ଲାଇମଲାଇଟ୍‌ରେ ରହିଥାନ୍ତି । ଭିକି କୌଶଲଙ୍କୁ ବିବାହ କରିବା ନେଇ କ୍ୟାଟ୍ରିନା ପ୍ରତିଦିନ ଶିରୋନାମାରେ ରହୁଥିବା ବେଳେ ବର୍ତ୍ତମାନ ସେ ଏକ ବଡ଼ ଆୱାର୍ଡ ପାଇବାରେ ସଫଳ ହୋଇଛନ୍ତି ।

କ୍ୟାଟ୍ରିନା ପାଇଲେ ବେଷ୍ଟ ବିଜନେସ୍‌ ୱିମେନ୍‌ ଆୱାର୍ଡ

ଗତ କିଛି ବର୍ଷ ପୂର୍ବେ ଆରମ୍ଭ କରିଥିବା ତାଙ୍କର କସ୍ମେଟିକ୍‌ ବ୍ରାଣ୍ଡ୍‌ ‘କେ ବିୟୁଟି’ ଜରିଆରେ ଉଦ୍ୟୋଗୀ ପାଲଟିଥିବା କ୍ୟାଟ୍ରିନାଙ୍କୁ ‘ବିୟୁଟି ଏଣ୍ଟରପ୍ରିନ୍ୟୋର ଅଫ୍‌ ଦ ଇୟର’ରେ ସମ୍ମାନିତ ହୋଇଛନ୍ତି । ଆଜିକାଲି ଅନେକ ବଲିଉଡ୍‌ କଳାକାର ଅଭିନୟ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ବିଜନେସ୍‌ କରୁଛନ୍ତି ।
କ୍ୟାଟ୍ରିନା ପାଇଲେ ବେଷ୍ଟ ବିଜନେସ୍‌ ୱିମେନ୍‌ ଆୱାର୍ଡ

ଏହି ତାଲିକାରେ କ୍ୟାଟ୍ରିନା କୈଫ୍‌ ମଧ୍ୟ ସାମିଲ ଅଛନ୍ତି । ସେ ୨୦୧୯ରେ ନିଜର କସ୍ମେଟିକ୍‌ ବ୍ରାଣ୍ଡର ବିୟୁଟି (କେ ବିୟୁଟି) ଲଞ୍ଚ୍‌ କରିଥିଲେ । ଏହି ବ୍ରାଣ୍ଡ୍‌ ନା କେବଳ ସାଧାରଣ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି ବରଂ ଅନେକ ସେଲିବ୍ରେଟି ମଧ୍ୟ ପସନ୍ଦ କରୁଛନ୍ତି । ଏହାକୁ କେତେଜଣ ଷ୍ଟାର ପ୍ରମୋଟ୍‌ କରିସାରିଛନ୍ତି । ଏହି କସ୍ମେଟିକ୍‌ ବ୍ରାଣ୍ଡ୍‌ ପାଇଁ ଜି ବିଜନେସ୍‌ ଦ୍ୱାରା ଆୟୋଜିତ ବିଜନେସ୍‌ ଆଇକନ୍ସ ଅଫ୍‌ ଇଣ୍ଡିଆ ୨୦୨୨ ଆୱାର୍ଡ ଶୋରେ କ୍ୟାଟ୍ରିନାଙ୍କୁ ବିୟୁଟି ଏଣ୍ଟରପ୍ରିନ୍ୟୋର ଅଫ୍‌ ଦ ଇୟର ଭାବେ ପୁରସ୍କୃତ ହୋଇଛନ୍ତି ।
କ୍ୟାଟ୍ରିନା ପାଇଲେ ବେଷ୍ଟ ବିଜନେସ୍‌ ୱିମେନ୍‌ ଆୱାର୍ଡ

କହିବାକୁ ଗଲେ ଆକଫିଂରେ ବହୁ ପୁରସ୍କାର ଜିତିବା ପରେ ଅଭିନେତ୍ରୀ କ୍ୟାଟ୍ରିନା ଏବେ ବିଜନେସ୍‌ର ମଧ୍ୟ ସୁପରଷ୍ଟାର ହୋଇଛନ୍ତି । ୪୦ରୁ ଅଧିକ ଫିଲ୍ମରେ କାମ କରି କ୍ୟାଟ୍ରିନା ବର୍ତ୍ତମାନ ସମୟରେ ଇଣ୍ଡଷ୍ଟ୍ରୀର ଜଣେ ଟପ୍‌ ହିରୋଇନଙ୍କ ମଧ୍ୟରେ ଗଣାଯାଉଛନ୍ତି । ଇଣ୍ଡଷ୍ଟ୍ରୀରେ ଅଧିକ ପାରିଶ୍ରାମିକ ପାଉଥିବା ନାୟିକା ହେବା ସହ ପାଞ୍ଚ ଥର ୱାଲïର୍ ସେକ୍ସିଏସଫ ୱିମେନ୍‌ ମଧ୍ୟ ହୋଇସାରିଛନ୍ତି । ଆଉ ଏବେ ବେଷ୍ଟ୍‌ ବିଜନେସ୍‌ ୱିମେନ୍‌ର ଟାଇଟଲ ଜିତି ପ୍ରମାଣ କରିଛନ୍ତି ଯେ ସେ ସବୁକ୍ଷେତ୍ରରେ ଆଗୁଆ ।

Govt

Comments are closed.