ପଣସକଠା କୋର୍ମା

ସାମଗ୍ରୀ – ୫୦୦ଗ୍ରାମ ପଣସ କଠା, ୧୦ଟି ଆଲମଣ୍ଡ, ୧୦ଟି କାଜୁ, ୨ଟା ଭଜା ପିଆଜ, ୪ ଚାମଚ ଦହି, ୪ ଚାମଚ ଘିଅ, ଏକ ଚାମଚ ଅଦାରସୁଣ ପେଷ୍ଟ, ଏକ ଚାମଚ ଧନିଆ ଗୁଣ୍ଡ, ଏକ ଚାମଚ ଜୀରା ଗୁଣ୍ଡ,ଏକ ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ଖଣ୍ଡେ ଡାଲଚିନି,୨ଟି ତେଜପତ୍ର, ୪-୫ ଗୁଜୁରାତି, ୧ଟା ଅଳେଇଚ, ଅଳ୍ପ ମାତ୍ରାରେ ରୋଜ ୱାଟର ।
ପ୍ରଣାଳୀ-ପ୍ରଥମେ ଗରମ ପାଣିରେ କାଜୁ ଓ ଆଲମଣ୍ଡକୁ ୧୦ ମିନିଟ୍‌ ପାଇଁ ଭିଜାଇ ରଖନ୍ତୁ । ତାପରେ ଆଲମଣ୍ଡର ଚୋପା ଛଡାଇ କାଜୁ ଓ ଦହି ସହ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପ୍ୟାନ୍‌ରେ ଘିଅ ଗରମ କରନ୍ତୁ, ଏଥିରେ ସମସ୍ତ ଖଣ୍ଡ ମସଲା ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ । ଏହାପରେ ଏଥିରେ ପଣସ ପକାଇ କିଛି ସମୟ ପାଇଁ ଭାଜନ୍ତୁ । ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ମିଶାନ୍ତୁ । ଅଳ୍ପ ସମୟ କଷନ୍ତୁ । ଏହା ପଣସ ସହ ଭଲ ଭାବେ ମିଶିଯିବା ପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ମସଲା ପକାଇବାର କିଛି ସମୟ ପରେ ଏଥିରେ ଦହି ମିଶ୍ରଣକୁ ମିଶାନ୍ତୁ । ଏହାପରେ ଏଥିରେ ଭଜା ପିଆଜ ମିଶାନ୍ତୁ । ମସଲା କଷି ହେବା ପରେ ୨ କପ ପାଣି ଦେଇ ପ୍ରେସର କୁକରର ସିଟି ଦେଇଦିଅନ୍ତୁ । ଏହା ପରେ ଆବଶ୍ୟକ ଅନୁଯାୟୀ ସିଟି ଦେଲା ପରେ କାଢିନିଅନ୍ତୁ । ଏହାପରେ ଶେଷରେ ଏଥିରେ ରୋଜ ୱାଟର ଓ କଟା ଧନିଆ ପତ୍ର ଦେଇ ପରଷନ୍ତୁ ପଣସକଠା କୋରମା ।

Launching Ceremony of “AYUSHMAN BHARAT

Comments are closed.