ଆସ ବୁଲିଯିବା କଟକ ବାଲିଯାତ୍ରା

ସମୟ ଲାଇଭ,୧୨/୧୧: ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । ଓଡ଼ିଶାର ପୁରପଲ୍ଲିରୁ ସହର ପର୍ଯ୍ୟନ୍ତ ସବୁଠି କଟକର ବାଲିଯାତ୍ରାକୁ ନେଇ ନେଇ ସମସ୍ତେ ଥାନ୍ତି ଚଳଚଞ୍ଚଳ। ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ଚଳିତବର୍ଷ ପ୍ରଶାସନ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ମୋ ରିକ୍ସା ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯାଇଛି। ବାଲିଯାତ୍ରାରେ ଭିଡ଼କୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବାଲିଯାତ୍ରାରେ ଚଳିତଥର ୩ଟି ପ୍ରବେଶ ପଥ ରଖାଯାଇଛି । ସୁରକ୍ଷା ପାଇଁ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପିଲାଠୂୁ ବୟସ୍କ ସମସ୍ତେ ଉପଭୋଗ କରନ୍ତିି କଟକର ଏହି ପ୍ରସିଦ୍ଧ ବାଲିଯାତ୍ରାକୁ। ତେବେ ଆପଣ ବି ଆସନ୍ତୁ କଟକ ବାଲିଯାତ୍ରାକୁ ଆଉ ମନଇଛିା ଉପଭୋଗ କରନ୍ତୁ।

Govt

Comments are closed.