କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ମୁଖା ଖୋଲିଲେ ୟୁରୋପିୟ ସାଂସଦ

ସମୟ ଲାଇଭ,୩୦/୧୦:  ଜମ୍ମୁ କାଶ୍ମିରରୁ ଧାରା ୩୭୦ ଉଠିବା ପରେ ସେଠାରେ ମାନବ ଅଧିକାର ଉଲଘଂନ ହୋଇଛି ବୋଲି ପାକିସ୍ତାନ କରିଆସୁଥିବା ଅଭିଯୋଗ ଉପରେ ଆଜି କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ୟୁରୋପୀୟ ସାଂସଦ। କାଶ୍ମୀରକୁ ଏକ ୟୁରୋପିୟ ପ୍ରତିନିଧି ମଣ୍ଡଳ ଗସ୍ତକରି ସ୍ଥିତି ପରଖିବାକୁ ଯାଇଥିବା ବେଳେ ପାକିସ୍ତାନର ଅଶଲ ମୁଖା ଖୋଲିଛନନ୍ତି ଏହି ପ୍ରତିନିଧିଦଳ। କାଶ୍ମିରରେ ଆତଙ୍କବାନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସହ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା କରୁଛି ପାକିସ୍ତାନ।
ଉରୋପିୟ ସାଂସଦ ଥିଓରି ମାରିଆନ କହିଛନ୍ତି ସେ ଏହା ପୂର୍ବରୁ ଅନେକ ବାର ଭାରତ ଭ୍ରମଣରେ ଆସିଛନ୍ତି ଭାରତର ସବୁ ଜାଗା ବୁଲିବା ସହ ଏଠାରେ ସେଭଳି କୈାଣସି ମାନବ ଅଧିକାର ଉଲଘଂନ ହୁଏ ନାହିଁ ବୋଲି ସେ କହିଛନ୍ତି। ମ୍ୟାରିକନ ଏଥର କାଶ୍ମିର ଭ୍ରମଣରେ ଯିବା ସହ କାଶ୍ମିର ଲୋକଙ୍କ ସହ ସିଧାସଳଖ କଥା ମଧ୍ୟ ହେହଇଥିଲେ। କାଶ୍କୀରର ସ୍ଥିତି ଏବେ ସ୍ୱଭାବିକ ରହିଛି ଓ ସମସ୍ତେ ଶାନ୍ତି ପାଇଁ ପ୍ରୟାସ ଜାରି ରଖୁଛନ୍ତି ବୋଲି ସାସଂଦ କହିଛନ୍ତି।

ଅନ୍ୟଜଣେ ୟୁରୋପୀୟ ସାସଂଦ କହିଛନ୍ତି କି ବିରୋଧିଦଳ ନେତା ମାନଙ୍କୁ ମଧ୍ୟ କାଶ୍ମୀର ଯିବାକୁ ସୁଯୋଗ ଦିଆଯିବା ଉଚିତ। ତେବେ ଗତକାଲି ଜମ୍ମୁରେ ମୃତ୍ୟୁବରଣ କରିଥିବା ୫ଜଣ ଶ୍ରମିକଙ୍କ ପାଇଁ ୟୁରୋପୀୟ ସାସଂଦ କ୍ଷୋଭ ପ୍ରକାଶ କରିବା ସହ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଥାଉକି ଗତ ଅଗଷ୍ଟ ୫ ତାରିଖରେ ଭାରତ ଜମ୍ମୁ କାଶ୍କୀରରୁ ଧାରା ୩୭୦ ଉଠେଇବା ପରେ ସେଠରେ ମାନବ ଅଧିକାର ଉଲଘଂନ ହେଉଛି ବୋଲି ଅଭିଯୋଗ କରଇଥିଲା ପାକିସ୍ତାନ। ଏହି ପ୍ରସଙ୍ଗକୁ ଜାତିସଂଘରେ ମଧ୍ୟ ଉଠାଇଥିଲା ପାକିସ୍ତାନ କିନ୍ତୁ ପାକିସ୍ତାନର ଏହୀ ଅଭିଯୋଗକୁ କେହି ଗୁରୁତ୍ୱ ନେଇ ନଥିଲେ।

Launching Ceremony of “AYUSHMAN BHARAT

Comments are closed.