ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏସମୟରେ ଜଣେ ଉଦୀୟମାନ କଳାକାର ଭାବେ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିବେଚିତ କରାଯାଉଛି । କାରଣ ସେ ନିକଟରେ ତାଙ୍କର ମୁକ୍ତିଲାଭ କରିଥିବା ଫିଲ୍ମ ଭୁଲ୍ ଭୁଲେୟା ୨ର ସଫଳତାକୁ ସେଲିବ୍ରେଟ କରୁଛନ୍ତି । ଏହି ହରର୍ ଡ୍ରାମା ଫିଲ୍ମ ବକ୍ସ ଅଫିସରେ ମାତ୍ର ୯ଦିନରେ ୧୦୦ କୋଟି ପାର୍ କରିସାରିଛି । ଅନୀସ ବଜମୀ ଦ୍ୱାରା ନିର୍ଦ୍ଦେଶିତ ଭୁଲ ଭୁଲେୟା ୨ ବକ୍ସ ଅପିସରେ ଏପର୍ଯ୍ୟନ୍ତ ୧୨୮ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି ।
ଫିଲ୍ମର ସୁପର ସଫଳତା ପରେ ଖବର ଆସିଛି ଯେ କାର୍ତ୍ତିକ ଆର୍ଯ୍ୟନ ତାଙ୍କ ପାରିଶ୍ରମିକ ବଢାଇଦେଇଛନ୍ତି । ହେଲେ କାର୍ତ୍ତିକ ତାଙ୍କ ସିଗ୍ନେଚର୍ ଷ୍ଟାଇଲରେ ଏପରି ଖବରକୁ ଗୁଜବ ଦର୍ଶାଇ ଖାରଜ କରିଛନ୍ତି । ଅଭିନେତା କାର୍ତ୍ତିକ ଟ୍ୱିଟରରେ ତାଙ୍କ ଫି ବଢାଇଥିବା ଏକ ଖବରର ଲିଙ୍କ୍କୁ ସେୟାର କରି କମେଣ୍ଟରେ ଲେଖିଛନ୍ତି, ‘ପ୍ରମୋଶନ ହୋଇଛି ଜୀବନରେ, ବେତନ ବୃଦ୍ଧି ନୁହେଁ… ଭିତ୍ତିହୀନ’ । ଏହାସହ କାର୍ତ୍ତିକ ହସୁଥିବା ଏବଂ ହାତ ଯୋଡ଼ିଥିବା ଇମୋଜି ଲଗାଇଛନ୍ତି ।
ସୂଚନା ଅନୁଯାୟୀ, ଭୁଲ ଭୁଲେୟା ୨ର ସଫଳତା ପରେ ଖବର ଆସିଥିଲା ଯେ କାର୍ତ୍ତିକ ପ୍ରତି ଫିଲ୍ମ ପାଇଁ ୧୫-୨୦କୋଟି ଟଙ୍କା ଚାର୍ଜ କରନ୍ତି, କିନ୍ତୁ ସେ ତାଙ୍କ ଫିସ୍ ବଢାଇ ବର୍ତ୍ତମାନ ପ୍ରତି ଫିଲ୍ମକୁ ୩୫-୪୦କୋଟି କରିଦେଇଛନ୍ତି । ଅର୍ଥାତ କାର୍ତ୍ତିକ ଏବେ ଗୋଟିଏ ଫିଲ୍ମ ପାଇଁ ପୂର୍ବ ଅପେକ୍ଷା ଦୁଇ ଗୁଣ ଚାର୍ଜ କରିବେ, କିନ୍ତୁ ସେ ଏହି ଖବରକୁ ଖଣ୍ଡନ କରିଦେଇଛନ୍ତି । ସେପଟେ ଆଉ ଏକ ଖବର ଆସିଛି ଯେ କାର୍ତ୍ତିକ ଆଗାମୀ ଦିନରେ ଏକ ବଡ଼ ପ୍ରାଞ୍ଚାଇଜିରେ ସାମିଲ ହେବାକୁ ଯାଉଛନ୍ତି ।
ଇଣ୍ଟରନେଟ୍ରେ ଭାଇରାଲ ଖବରରୁ ଜଣାପଡ଼ିଛି ଯେ ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ଆଉ ଏକ ଲୋକପ୍ରିୟ ଫିଲ୍ମ ଫ୍ରାଞ୍ଚାଇଜିକୁ ଯୁବ ଅଭିନେତା କାର୍ତ୍ତିକ ନେବା ପାଇଁ ପ୍ରସ୍ତୁତି କରୁଛନ୍ତି । କୁହାଯାଉଛି ଯେ କାର୍ତ୍ତିକ ହାଉସଫୁଲର ଆଗାମୀ ସ୍ୱିକେଲରେ ନଜର ଆସିବେ । ତେବେ ଏହି ଖବର ସତ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏପିରି ବି ହୋଇପାରେ ଯେ ଫି ବଢାଇବା ଖବର ପରି ଏହା ମଧ୍ୟ ଏକ ଗୁଜବ ହୋଇପାରେ ।
Comments are closed.