କରୀନାଙ୍କ ଡିଜିଟାଲ୍‌ ଏଣ୍ଟ୍ରି

ବଲିଉଡ୍‌ର ଟପ୍‌ ଅଭିନେତ୍ରୀ କରୀନା କପୁର ଖାନ ବଡ଼ ପରଦାରେ ଅଭିନୟର ପରାକାଷ୍ଠା ଦେଖାଇବା ପରେ ଏବେ ଓଟିଟି ଦୁନିଆରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନିଜର ଡିଜିଟାଲ ଡେବୁ୍ୟର ସୂଚନା ଦେଇଛନ୍ତି ।

 କରୀନାଙ୍କ ଡିଜିଟାଲ୍‌ ଏଣ୍ଟ୍ରି

ଭିଡିଓରେ କରୀନା ସ୍କ୍ରିପଫ ପଢୁଥିîବା ନଜର ଆସୁଛନ୍ତି । ଏହାସହ ଫିଲ୍ମର ଟିମ୍‌ ସହ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି । ସୂଚନା ଅନୁଯାୟୀ ଏହି ଫିଲ୍ମ ଜାପାନୀ ଲେଖକ କୀଗୋ ହିଗାଶିନୋଙ୍କ ପୁସ୍ତକ ‘ଦ ଡିଭୋସନ୍‌ ଅଫ୍‌ ସସ୍ପେକଟ୍‌’ର ସ୍କ୍ରିନ ରୁପାନ୍ତରଣ କରାଯିବ । ଏଥିରେ କରୀନାଙ୍କ ବ୍ୟତୀତ ‘ପାତାଲ ଲୋକ୍‌’ ଅଭିନେତା ଜୟଦୀପ ଅହଲାୱତ ଏବଂ ବିଜୟ ବର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ ।
 କରୀନାଙ୍କ ଡିଜିଟାଲ୍‌ ଏଣ୍ଟ୍ରି

ଏହାର ନିର୍ଦ୍ଦେଶନା ଦେବେ ପ୍ରସିଦ୍ଧ ନିର୍ଦ୍ଦେଶକ ସୁଜୋୟ ଘୋଷ । ବିଶ୍ୱର ନମ୍ବର ୱାନ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଏହି ଫିଲ୍ମ ମୁକ୍ତିଲାଭ କରିବ । ତେବେ ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଘୋଷଣା ହୋଇନଥିବା ବେଳେ କରୀନା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ନିଜ ଓଟିଟି ଡେବୁ୍ୟକୁ ନେଇ କରୀନା କହିଛନ୍ତି, ‘ଅନେକ କାରଣରୁ ସେ ଏହି ଫିଲ୍ମର ଏକ ଅଂଶ ହୋଇ ଖୁସି ଅନୁଭବ କରିଛନ୍ତି । ଏ ଫିଲ୍ମ ମର୍ଡର, ମିଷ୍ଟ୍ରୀ ଏବଂ ଥ୍ରୀଲରେ ଭରପୂର ହେବାକୁ ଯାଉଛି ।’ ଅଭିନେତ୍ରୀ ବେବୋଙ୍କୁ ଶେଷ ଥର ଅକ୍ଷୟ କୁମାରଙ୍କ ସହ ୨୦୧୯ର ଫିଲ୍ମ ‘ଗୁଡ୍‌ ନୁ୍ୟଜ୍‌’ରେ ନଜର ଆସିଥିଲେ ।
 କରୀନାଙ୍କ ଡିଜିଟାଲ୍‌ ଏଣ୍ଟ୍ରି

ଏହାପରେ ତାଙ୍କ ଦ୍ୱିତୀୟ ସନ୍ତାନ ଜେହର ଜନ୍ମ ପରେ ସେ ଫିଲ୍ମରୁ ଦୂରେଇ ରହିଥିଲେ । ହେଲେ ଆଗାମୀ ଫିଲ୍ମ ଭାବେ ଖୁବଶୀଘ୍ର ଆମିର ଖାନଙ୍କ ସହ ‘ଲାଲ ସିଂହ ଚzା’ରେ ପରଦାକୁ ପ୍ରତ୍ୟାବର୍ତ୍ତନ କରିବେ । ଏହା ୧୧ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ କରୀନା କପୁର ଖାନ ନିର୍ଦ୍ଦେଶକ ହଂସଲ ମେହତାଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ପ୍ରଯୋଜକ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପଦାର୍ପଣ କରିବେ ।

Govt

Comments are closed.