ମୁମ୍ବାଇ: ମଇ ୨୧: ବଲିଉଡର ଫେମସ୍ ଗାୟିକା କନିକା କପୁର କଲେ ଦ୍ୱିତୀୟ ବିବାହ । ଗତକାଲି ସେ ବ୍ୟବସାୟୀ ଗୌତମଙ୍କୁ ବିବାହ କରିଛନ୍ତି । ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ଦୁହିଁଙ୍କର ବିବାହ ହୋଇଛି । ନିକଟରେ କନିକାଙ୍କ ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ତଥା ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗୋଟିଏ ଭିଡିଓରେ ଜୟମାଳା ପାଇଁ ଷ୍ଟେଜ୍ ଉପରକୁ ଯିବା ସମୟର ଦୃଶ୍ୟ ଭାଇରାଲ ହେଉଛି । କନିକା ବିବାହ ପାଇଁ ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିିଥିବାବେଳେ, ଭାରୀ ଅଳଙ୍କାର ସହ ନ୍ୟୁଡ୍ ମେକଅପରେ ନଜର ଆସିଛନ୍ତି । ବାସ୍ତବରେ, କହିବାକୁ ଗଲେ ଏହା ହେଉଛି କନିକା କପୁରଙ୍କ ଦ୍ୱିତୀୟ ବିବାହ । ଏହାପୂର୍ବରୁ କନିକା ଏନଆରଆଇ ରାଜଙ୍କୁ ବିବାହ କରିଥିଲେ । ଏହି ବିବାହରୁ କନିକାଙ୍କର ତିନୋଟି ସନ୍ତାନ ଅଛନ୍ତି ।

Comments are closed.