‘ଧାକଡ଼’ରେ କଙ୍ଗନାଙ୍କ ନିଆରା ଅନ୍ଦାଜ୍‌

ବଲିଉଡ୍‌ର ଟପ୍‌ ହିରୋଇନ କଙ୍ଗନା ରଣାୱତଙ୍କ ଅପକମିଂ ଫିଲ୍ମ ‘ଧାକଡ଼’ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଛି । କଙ୍ଗନାଙ୍କ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଅଲଗା ହିଁ କ୍ରେଜ୍‌ ଦେଖିବାକୁ ମିଳିଛି । ଏହା ଏକ ଆକ୍ସନ-ଥ୍ରୀଲର ଫିଲ୍ମ । ଏଥିରେ ନାୟିକା କଙ୍ଗନା ରଣାୱତ ଏଜେଣ୍ଟ ଅଗ୍ନି ରୂପରେ ନଜର ଆସିବାକୁ ଯାଉଛନ୍ତି, ଯିଏ ଏକ ସିକ୍ରେଟ୍‌ ମିଶନରେ ଅଛନ୍ତି ।
‘ଧାକଡ଼’ରେ କଙ୍ଗନାଙ୍କ ନିଆରା ଅନ୍ଦାଜ୍‌

ଫିଲ୍ମରେ କଙ୍ଗନାଙ୍କ ଲୁକ୍‌କୁ ନେଇ ବି-ଟାଉନରେ ଆଲୋଚନା ଚାଲିଥିବା ବେଳେ ଏବେ ଏହାର ଦମଦାର ଟିଜର ସାମ୍ନାକୁ ଆସିଛି । ମେଗା ବଜେଟ୍‌ ‘ଧାକଡ଼’ ଟିଜରରେ କଙ୍ଗନାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି । ତେବେ ଏହି ଟିଜରକୁ ଅଭିନେତ୍ରୀ ତାଙ୍କର ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି । ୧ ମିନିଟ୍‌ ୨୧ ସେକେଣ୍ଡର ଏହି ଭିଡିଓରେ କଙ୍ଗନା ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ।
‘ଧାକଡ଼’ରେ କଙ୍ଗନାଙ୍କ ନିଆରା ଅନ୍ଦାଜ୍‌

ଏଥିସହ ଏହି ଟିଜର ସମ୍ପୂର୍ଣ୍ଣ ଭାବେ ସସ୍‌ପେନ୍ସ ଏବଂ ଆକ୍ସନରେ ଭରପୂର ରହିଛି । ଏହାକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ରିଲିଜ୍‌କୁ ନେଇ ଆଗ୍ରହ ବଢିଯାଇଛି । ସୂଚନା ଅନୁଯାୟୀ ଫିଲ୍ମଟି ୨୦ ମେ’ରେ ଦେଶର ସମସ୍ତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

‘ଧାକଡ଼’ରେ କଙ୍ଗନାଙ୍କ ନିଆରା ଅନ୍ଦାଜ୍‌

ଫିଲ୍ମର ନିର୍ଦ୍ଦେଶନା ରଜନୀଶ ଘଇ ଦେଇଥିବା ବେଳେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ ଭିଲେନ ରୁଦ୍ରବୀର ଚରିତ୍ରରେ ଏବଂ ଅଭିନେତ୍ରୀ ଦିବ୍ୟା ଦତ୍ତା ରୋହିଣୀ ଭୂମିକାରେ ଅଭିନୟ କରିଛନ୍ତି । ଏହା ହିନ୍ଦୀ ସହ ତାମିଲ, ତେଲୁଗୁ ଏବଂ ମଲୟାଲମ ଭାଷାରେ ରିଲିଜ୍‌ କରାଯିବ ବୋଲି ପ୍ରଯୋଜକ ଦୀପକ ମୁକୁଟ ଏବଂ ସୋହେଲ ମକଲଇ ସୂଚନା ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.