କଙ୍ଗନା ପାଇବେ ସମ୍ମାନୀୟ ପଦ୍ମଶ୍ରୀ ପୁରସ୍କାର

ମୁମ୍ବାଇ: ନଭେମ୍ବର ୦୩: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୟର ନିପୂଣତା ପାଇଁ ନିକଟରେ ସେ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏବେ ସେ ସମ୍ମାନସ୍ପଦ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଖବର ମିଳିଛି । ବଲିଉଡର କୁଇନ୍‌ କଙ୍ଗନାଙ୍କ ସହ ଲୋକପ୍ରିୟ ଫିଲ୍ମ ନିର୍ମାତା ଏକତା କପୁର ଓ କରଣ ଜୋହର ମଧ୍ୟ ଏହି ସମ୍ମାନଜକ ପୁରସ୍କାର ପାଇବେ । ନିଜ ଫିଲïରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏମାନଙ୍କୁ ପୁରସ୍କୃତ କରାଯିବ ।
ଏକ ସରକାରୀ ସମାରୋହ ଅନ୍ତର୍ଗତେ ଆସନ୍ତା ନଭେମ୍ବର ୮ ତାରିଖରେ ନୂଆଦିଲ୍ଲୀରେ ଏହି ତିନି ଜଣକଙ୍କୁ ପୁରସ୍କାର ଦିଆଯିବ । ଏହାପୂର୍ବରୁ ବିଜେତାଙ୍କୁ ପୂର୍ବରୁ ନିମନ୍ତ୍ରଣ ପଠାଇ ଦିଆଯାଇଛି । ସମସ୍ତ ସେଲେବ୍ରିଟି ଦିଲ୍ଲୀକୁ ଆସିବାକୁ ବେଶ୍‌ ଉତ୍ସାହିତ ରହିଛନ୍ତି ।

ତେବେ ଏକତା ତାଙ୍କ ପିତା ଜିତେନ୍ଦ୍ରଙ୍କ ସହ ଏହି ସମାରୋହରେ ଯୋଗ ଦେବେ ବୋଲି କହିଛନ୍ତି ।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେବା ନେଇ କଙ୍ଗନା କହିଛନ୍ତି- ମୁଁ ବେଶ୍‌ ବିନମ୍ର ଏବଂ ଅଧିକ ସମ୍ମାନୀତ ଅନୁଭବ କରୁଛି । ଏହି ସମ୍ମାନ ପାଇଁ ନିଜ ଦେଶକୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି । ଏଥିସହ ମୋ ପୁରସ୍କାରକୁ ସେହି ପ୍ରତିଟି ମହିଳାଙ୍କୁ ସମର୍ପିତ କରିବାକୁ ଚାହୁଁଛି, ଯେଉଁମାନେ ସ୍ୱପ୍ନ ଦେଖିବା ପାଇଁ ସାହସ ରଖିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.