‘ଲକ୍‌ ଅପ୍‌’ ହୋଷ୍ଟ କରିବେ କଙ୍ଗନା

ମୁମ୍ବାଇ: ଟେଲିଭିଜନ କୁଇନ ଏକତା କପୁର ଖୁବଶୀଘ୍ର ନିଜର ନୂଆ ରିୟାଲିଟି ଶୋ ‘ଲକ୍‌ ଅପ୍‌’ ନେଇ ଆସୁଛନ୍ତି । ଏହାକୁ ହୋଷ୍ଟ୍‌ କରିବାକୁ ଯାଉଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ । ଏହି ଶୋ’ର ଖାସ୍‌ କଥା ହେଉଛି, ଏହା ଅନ୍ୟ ରିୟାଲିଟି ଶୋଠାରୁ ବହୁତ ଭିନ୍ନ ଏବଂ ଏଥିରେ ଭିନ୍ନ କନସେପଫ ଦେଖିବାକୁ ମିଳିବ । ଏଥିରେ ସିନେ ଦୁନିଆର ୧୬ କଳାକାର କଙ୍ଗନାଙ୍କ ଲକ୍‌ ଅପ୍‌ରେ ବନ୍ଦ ହେବେ ।
‘ଲକ୍‌ ଅପ୍‌’ ହୋଷ୍ଟ କରିବେ କଙ୍ଗନା
ଏହି ଶୋର ପ୍ରତିଯୋଗୀ ଭାବେ ଏପର୍ଯ୍ୟନ୍ତ ଅନେକ ନାମ ସାମ୍ନାକୁ ଆସୁଛି, ଯେଉଁଥିରେ ଶେହନାଜ ଗିଲ୍‌ଙ୍କ ନାମକୁ ସ୍ପଷ୍ଟ କରାଯାଇଛି । ଶେହନାଜ ବିଗ୍‌ ବସ୍‌ ୧୩ରେ ଅଂଶଗ୍ରହଣ କରିଥିଲେ । ଆଉ ଏବେ ଖବର ଆସୁଛି ଯେ ଲକ୍‌ ଅପ୍‌ରେ ଏହି ବିଗ୍‌ ବସ୍‌-୧୩ର ଆଉ ଜଣେ ପ୍ରତିଯୋଗୀ ତଥା ରାଜନୀତି ସମୀକ୍ଷକ ତହସୀନ ପୁନାୱାଲା ସାମିଲ ହେବେ । ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏକତା କପୁର କୌଣସି ରାଜନୀତି ସମୀକ୍ଷକଙ୍କୁ ଶୋ ପାଇଁ ସନ୍ଧାନ କରୁଥିଲେ । ତେଣୁ ତହସୀନଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଆଉ ଦୁଇ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସୁଛି । ସେମାନେ ହେଉଛନ୍ତି କୁମାର ବିଶ୍ୱାସ ଏବଂ ପ୍ରଶାନ୍ତ କିଶୋର ।

ସୂଚନା ଅନୁଯାୟୀ ଶୋର ନିର୍ମାତା ଏକତା କପୁର ସବୁକ୍ଷେତ୍ରରୁ ସେଲିବ୍ରେଟିଙ୍କୁ ନେବା ପାଇଁ ଚାହୁଁଛନ୍ତି । ଏଥିରୁ ଜଣାପଡ଼ୁଛି ରିୟାଲିଟି ଶୋରେ ଏଥର ରାଜନୀତିର ଖେଳ ଜୋରଦାର ଚାଲିବ । ତେବେ ଶେହନାଜ ଗିଲ୍‌ଙ୍କ ସହ ପୁନମ ପାଣ୍ଡେ, ରୋହମନ ଶୋଲ୍‌ ଏବଂ ଓମ୍‌ ସ୍ୱାମୀଙ୍କୁ ଫାଇନାଲ କରାଯାଇଛି ।
‘ଲକ୍‌ ଅପ୍‌’ ହୋଷ୍ଟ କରିବେ କଙ୍ଗନା

ଏମାନଙ୍କ ବ୍ୟତୀତ ହର୍ଷ ବେନୀୱାଲ, ଉର୍ଫି ଜାେୱଦ, ବସୀଲ ଅଲୀ, ଚେତନ ଭଗତ, ପ୍ରତୀକ ସହଜପାଲ, ମାୟଶା ଅୟର ଏବଂ ଈଶାନ ସହଗଲଙ୍କ ନାମ ଚର୍ଚ୍ଚାରେ ରହିଛି । ସିନେ ଦୁନିଆର ଦୁଇ କୁଇନଙ୍କ ବହୁପ୍ରତିକ୍ଷୀତ ଶୋ ଲକ୍‌ ଅପ୍‌ ୨୭ ଫେବୃଆରୀରେ ଏମଏକ୍ସ ପ୍ଲେୟାର ଏବଂ ଅଲଟ୍‌ ବାଲାଜୀରେ ପ୍ରସାରିତ ହେବ ।

Launching Ceremony of “AYUSHMAN BHARAT

Comments are closed.