କାନ୍ତାରାକୁ କଙ୍ଗନାଙ୍କ ପ୍ରଶଂସା

ଋଷଭ ସେଟ୍ଟୀଙ୍କ ଫିଲ୍ମ କାନ୍ତାରାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଜାରି ରହିଛି । ବକ୍ସ ଅଫିସ୍‌ରେ ତ ଏହି ଫିଲ୍ମ ରାଜ କରୁଛି । ଏହା ସହିତ ଦର୍ଶକଙ୍କ ହୃଦୟକୁ ମଧ୍ୟ ଏହି ଫିଲ୍ମ କିଣି ନେଇଛି । ଆଇଏମ୍‌ଡିବିରେ ଏହି ଫିଲ୍ମ ସବୁଠାରୁ ଅଧିକ ରେଟିଂ ଲାଭ କରିଛି । ଅର୍ଥାତ୍‌ କାନ୍ତାରା ଚଳିତ ବର୍ଷର ସବୁଠାରୁ ହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇଛି । ବହୁ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଫିଲ୍ମର ପ୍ରଶଂସାରେ ଶତମୁଖର ହୋଇ ଉଠିଛନ୍ତି । ଏବେ ଏହି ଲିଷ୍ଟରେ ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ ସାମିଲ ହୋଇଛନ୍ତି । କାନ୍ତାରା ଦେଖିବା ପରେ ସେ ଏହାକୁ ନେଇ ନିଜ ଇମୋସନ୍‌ ସେୟାର କରିଛନ୍ତି ।

କାନ୍ତାରାକୁ କଙ୍ଗନାଙ୍କ ପ୍ରଶଂସା

କଙ୍ଗନା କହିଛନ୍ତି ଏହା ଏକ ଅଦ୍ଭୁତ ଫିଲ୍ମ ଯାହା ଥରେ ଦେଖିବା ପରେ ଭୁଲିବା ଏତେ ସହଜ ନୁହେଁ । ଆହୁରି ମଧ୍ୟ ସେ କହିଛନ୍ତି ଚଳିତ ବର୍ଷର ଏହା ସବୁଠାରୁ ଭଲ ଫିଲ୍ମ ଓ ଆଗାମୀ ଥର ଓସ୍କାର ପାଇଁ ଏହି ଫିଲ୍ମକୁ ପଠାଯିବା ଉଚିତ । ଇନଷ୍ଟାଗ୍ରାମ ଲାଇଭ୍‌ରେ କଙ୍ଗନା ଋଷଭ ସେଟ୍ଟୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

କଙ୍ଗନା କହିଛନ୍ତି ମୁଁ ପୁରା ପରିବାର ସହ କାନ୍ତାରା ଦେଖିଛି ଓ ଏବେବି ଏହି ଫିଲ୍ମର ପ୍ରଭାବ ମୋ ଉପରେ ରହିଛି । ସେ ଫିଲ୍ମ ଲାଗି ଋଷଭ ସେଟ୍ଟୀଙ୍କୁ ସଲାମ କରିଛନ୍ତି । ଫିଲ୍ମର କାହାଣୀ, ନିର୍ଦ୍ଦେଶନା, ଅଭିନୟ ସବୁକିଛି ଅବିଶ୍ୱସନୀୟ ରହିଛି ବୋଲି ସେ କହିଛନ୍ତି । ଲୋକକଥା ଓ ସ୍ୱଦେଶୀ ପ୍ରସଙ୍ଗର ଏକ ଅଭିନବ ମିଶ୍ରଣ ହେଉଛି ଏହି ଫିଲ୍ମ । କଙ୍ଗନା କହିଛନ୍ତି ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହି ଫିଲ୍ମର ଅନୁଭବକୁ ଭୁଲିପାରିବେ ନାହିଁ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଫିଲ୍ମ କାନ୍ତାରା ତଟୀୟ ଦୈବ୍ୟ ନୃତ୍ୟ ପରମ୍ପରା ଉପରେ ଆଧାରିତ ।

Govt

Comments are closed.