ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲ ଶର୍ମାଙ୍କ ପରଲୋକ

ସମୟ ଲାଇଭ୍‍ ୨୯/୧୦: ପଞ୍ଜାବର ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲ ଶର୍ମାଙ୍କ ୪୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ହୃଦଘାତ୍‍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଫିରୋଗାବାଦରେ ପତ୍ନୀ ଓ ଦୁଇପୁଅଙ୍କ ସହ ଆଜି ସକାଳେ ସେ ମର୍ଣ୍ଣିଂ ୱାକରେ ଯାଇଥିଲେ। ଏହି ସମୟରେ ତାଙ୍କୁ ହୃଦଘାତ ହୋଇଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଦେହାନ୍ତର କିଛି ସମୟ ପୂର୍ବରୁ ସେ ସମସ୍ତଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ। ଏତେ କମ୍‍ ବୟସରେ ଜଣେ ରାଜନେତାଙ୍କୁ ହରାଇ ବିଜେପି ଠାରୁ ଆରମ୍ଭ କରି ସମଗ୍ର ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଥାଉ କି, ଗତ ୨୦୧୭ରେ ତାଙ୍କର ପ୍ରଥମ ହୃଦଘାତ ହୋଇଥିଲା । ଡିଏମ୍ସି ହିରୋ ହାର୍ଟ ଇନ୍ଷ୍ଟିଚ୍ୟୁଟ୍ରେ ଅସ୍ତ୍ରୋପଚାର କରାଯାଇ ଷ୍ଟେଣ୍ଟ ଲଗାଯାଇଥିଲା ।

Launching Ceremony of “AYUSHMAN BHARAT

Comments are closed.