୩ ଦିନ ବନ୍ଦ ରହିବ କଳିଙ୍ଗା ଘାଟି କାର୍ଯ୍ୟ

0

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା‘ମୋନ୍ଥା’କୁ ନଜରରେ ରଖି ୩ ଦିନ ବନ୍ଦ ରହିବ କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ । ଏନେଇ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ।

ସୂଚନାଯୋଗ୍ୟ,ସେପ୍ଟେମ୍ବର ୧୬ରେ ଘାଟିରେ ଭୂସ୍ଖଳନ ହୋଇ ରାସ୍ତା ଧୋଇ ଯାଇଥିଲା। ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୁରା ବନ୍ଦ ହୋଇଯାଇଥିଲା । କଳିଙ୍ଗାଘାଟି ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଥିଲା । ଏହାର ମରାମତି କାର୍ଯ୍ୟ ବର୍ତ୍ତମାନ ଚାଲୁ ଥିବାରୁ ଯାତାୟାତ ବନ୍ଦ ରହିଛି। ତେବେ କିଛି ଅମାନିଆ ଲୋକ କଟକଣା ନ ମାନି ଯାତାୟାତ କରୁଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୩ ଦିନ ମଧ୍ୟରେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଧନଜୀବନ ହାନୀକୁ ନଜରରେ ରଖି ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.