ବ୍ରହ୍ମପୁର : ଧସିଲା କଳିଙ୍ଗା ଘାଟି । ରାସ୍ତା ଉପରେ ବିରାଟ ବିରାଟ ପଥର ଖଣ୍ଡ ଏବଂ ମାଟି ଅତଡ଼ା ଧସି ରାସ୍ତା ପୂରା ବନ୍ଦ ହୋଇ ପଡିଛି । ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଏହି ଘାଟି ରାସ୍ତା ଏବେ ପୂରା ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଫଳରେ ଉଭୟ ପଟୁ ଶହଶହ ଗାଡ଼ି ମୋଟର ସବୁ ଅଟକି ରହିଛି । ପ୍ରାୟ ୨୦ ଘଣ୍ଟା ପରେ ରାସ୍ତା ସଫେଇ କାମ ଆରମ୍ଭ କରିଛି ପ୍ରଶାସନ ।
ଓଡ଼ିଶାର ଏହି ବଡ଼ ଘାଟିର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଂ କାମ କରିବା ଦାୟିତ୍ଵ ଦିଲ୍ଲୀର ଏକ ସଂସ୍ଥା ନେଇଥିଲା । କିନ୍ତୁ ଅତ୍ୟନ୍ତ ତରବରିଆ ଭାବେ କାମ କରୁଥିବା ବେଳେ ଦୁଇ ମାସ ତଳେ ବି ଏଠାରେ ପଥର ଧସିଥିଲା । ଏହାପରେ ଠିକ୍ ଦୁଇ ମାସ ପରେ ପୁଣି ବଡ଼ ଧରଣର ଭୂସ୍ଖଳନ ଘଟି ପୂରା ଘାଟି ରାସ୍ତା ବନ୍ଦ ହୋଇଯାଇଛି ।

Comments are closed.