କୋକରୀ କବାବ୍‌

ସାମଗ୍ରୀ- ୨କପ୍‌ ବୋନ୍‌ଲେସ୍‌ ମଟନ, ଏକ ଚାମଚ ଅଦା ରସୁଣ ପେଷ୍ଟ, ଅଧା ଚାମଚ ମରିଚ ଗୁଣ୍ଡ, ଧନିଆ ପତ୍ର, ୩ଟି କଞ୍ଚାଲଙ୍କା, ୨ଚାମଚ କଞ୍ଚା ଅମୃତଭଣ୍ଡା (କଟା ହୋଇଥିବା), ୪ଟି ଲବଙ୍ଗ, ଗୋଟିଏ ଅଳେଇଚ, ଅଧା ଚାମଚ ଡାଲଚିନି ଗୁଣ୍ଡା, ଏକ ଚାମଚ ଜୀରା, ଗୋଟିଏ ଜାବିତ୍ରୀ, ଏଚ ଚାମଚ ଚାଟ ମସଲା, ଘିଅରେ ଭଜା ହୋଇଥିବା ପିଆଜ ଏକ କପ୍‌, ଗୋଟିଏ ଅଣ୍ଡା

ପ୍ରଣାଳୀ – ଘିଅ ଛଡା ସମସ୍ତ ସାମଗ୍ରୀକୁ ଏକାଠି ଗୋଳାଇ କିଛି ଘଣ୍ଟା ପାଇଁ ରଖି ନିଅନ୍ତୁ । ୩ରୁ ୪ ଘଣ୍ଟା ଏହାକୁ ରଖିବା ପରେ ବାଟି ନିଅନ୍ତୁ । ଏହାପରେ ଏଥିରେ ଭଜା ଚଣାର ପାଉଡର ଅଣ୍ଡା ମିଶାଇ ଏକ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖିନିଅନ୍ତୁ । ଏହାପରେ ଏହାକୁ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଗ୍ରୀଲ କରନ୍ତୁ । ଏହାକୁ ଘିଅ ଲଗାଇ ପୁଣି ଥରେ କିଛି ସମୟ ପାଇଁ ଗ୍ରୀଲ କରନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା କୋକରୀ କବାବ୍‌ । ଉପରେ ଚାଟ ମସଲା ପକାଇ ଚଟଣି ସହିତ ପରଷନ୍ତୁ ।

Launching Ceremony of “AYUSHMAN BHARAT

Comments are closed.