ବେଆଇନ ଇଟାଭାଟି ଧୂଆଁରେ କାକଟପୁର ଜନଜୀବନ ଅସ୍ତବ୍ୟସ୍ତ

କାକଟପୁର: ଖରା ତାତି ସହିତ ଇଟାଭାଟିର ଗରମ ତାତି । ଘର ବାହାରେ ବା ଘରେ ଖାଲି ଗରମ ଗମର ପବନର ସୁଅ । ତା’ ସାଙ୍ଗକୁ କଳା ଧୂଆଁ । ଏହିପରି ଦୂଷିତ ପରିବେଶରେ ଜୀବନ ବିତାଉଛନ୍ତି କାକଟପୁରବାସୀ । କାକଟପୁର ତହସିଲ ଅନ୍ତର୍ଗତ ୪ଟି ରାଜସ୍ୱ ସର୍କଲରେ ହୋଇଛି ଶତାଧିକ ଇଟାଭାଟି । ପରିବେଶ ବିଭାଗ ଓ ରାଜସ୍ୱ ବିଭାଗର ବିନା ମଞ୍ଜୁରୀରେ ଇଟାଭାଟି କରାଯାଇ ପାରିବନାହିଁ ବୋଲି ସରକାର ନିୟମ କରିଛନ୍ତି । କି;ୁ ଗୋଚର ଅନାବାଦୀ ନଦୀ ଓ ବିଭିନ୍ନ ସ୍ଥାନରେ ସରକାରଙ୍କ ଏହି ସବୁ କଟକଣାକୁ ଖୋଲାଖୋଲି ଭାବରେ ଉଲ୍ଲଘଂନ କରି ଭାଟି ମାଲିକମାନେ ଇଟା ତିଆରି କରି ପୋଡ଼ୁ ଥିବା ଦେଖି ବାକୁ ମିଳିଛି ।

ଏଥିସହ ପ୍ରାଚୀଦେବୀ ଓ କାଦୁଆ, ଉଦୟପୁର ନଦୀକୂଳରେ ମାଟିରେ ଇଟା ପୋଡ଼ାଯାଉଛି । ଏଥିରୁ ବାହାରୁ ଥିବା କଳା ଦୂଷିତ ଧୂଆଁ ନିକଟସ୍ଥ ଗ୍ରାମରେ ପ୍ରବେଶ କରୁଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବଢୁ ଥିବାବେଳେ ଏଭଳି ବେଆଇନ ଇଟାଭାଟି ନିର୍ମାଣ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି । ଏହି ସବୁ ଇଟାଭାଟିରୁ ଉତ୍ପନ୍ନ ଧୂଆଁ ଓ ତାତି ପରିବେଶକୁ ଦୂଷିତ କରିବା ସହ ଗ୍ରାମ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଇଟାଭାଟି ଯୋଗୁଁ ଜଙ୍ଗଲଜମି ନଷ୍ଟ ହେଉଥିବା ବେଳେ ନଦୀ ପଠା ଓ ଅନ୍ୟାନ୍ୟ ସ୍ଥାନରୁ ମୂର୍ତ୍ତିକାକ୍ଷୟ ବଢ଼ିଚାଲିଛି ବୋଲି ପରିବେଶିତ୍‌ମାନେ ପ୍ରକାଶ କରିଛନ୍ତି । କାକଟପୁର ଅଞ୍ଚଳରେ ଚାଲିଥିବା ବେଆଇନ ଇଟାଭାଟିଗୁଡିକକୁ ତୁରନ୍ତ ବନ୍ଦ କରିବା ଲାଗି ଶତାଧିକ ଜନ ସାଧାରଣ ପୁରୀ ଜିଲ୍ଲାପ୍ରଶାସନ ନିକଟରେ ଦାବି କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.