ନୂଆଦିଲ୍ଲୀ: ମଇ ୨୮: ସାହିଦ କପୁରଙ୍କ ଫିଲ୍ମ କବୀର ସିଂ ତାଙ୍କ ବ୍ୟାରିଅରର ମାଇଲଖୁଣ୍ଟ । ଯାହା ବକ୍ସ ଅପିସରେ ୨୫୦ କୋଟିର କ୍ଲବରେ ସାମିଲ୍ ହୋଇଥିଲା । ରିଲିଜ୍ ହେବା ମାତ୍ରେ କବୀର ସିଂଦ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଥିଲା । ଏହା ଦକ୍ଷିଣର ଚଳଚ୍ଚିତ୍ର ଅର୍ଜୁନ ରେzୀର ଅଫିସିଆଲ୍ ରିମେକ୍ ଥିଲା । ତେବେ ଏହାକୁ ନେଇ ବର୍ତ୍ତମାନ ଭୂଷଣ କୁମାର କବୀର ସିଂର ସିକେ ୍ୱଲ ବିଷୟରେ କଥା ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ଇଣ୍ଟରଭ୍ୟୁରେ ଯେତେବେଳେ ଟି-ସିରିଜ୍ ନିର୍ମାତା ଭୂଷଣ କୁମାରଙ୍କୁ ପଚରାଗଲା ଯେ ତାଙ୍କର କେଉଁ ଫିଲ୍ମ ଫ୍ରାଞ୍ଚାଇଜରେ ପରିଣତ ହେବା ଉଚିତ, ସେ ହସି ହସି କହିଥିଲେ ଯେ ମୁଁ ଭାବୁଛି ଆମର ଫିଲ୍ମ କବୀର ସିଂ ଏକ ଫ୍ରାଞ୍ଚାଇଜରେ ପରିଣତ ହୋଇପାରେ । କାରଣ କବୀର ସିଂ ଏପରି ଏକ ଚରିତ୍ର, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏପରି ପରିସ୍ଥିତିରେ ଏହି ଚଳଚ୍ଚିତ୍ରର ସିକେ ୍ୱଲ ବିଷୟରେ ଚିନ୍ତା କରାଯାଇପାରେ । ସେ କହିଛନ୍ତି ଯେ ସେ ଆଶିକି-୩ ମଧ୍ୟ ତିଆରି କରିବାକୁ ଚାହୁଁଛନ୍ତି, କି;ୁ ତାଙ୍କ ଟିମ୍ ଖୁବ ଶୀଘ୍ର କବୀର ସିଂ ୨’ର କାହାଣୀ ଉପରେ କାମ ଆରମ୍ଭ କରିବେ ବୋଲି ସେ ନିଶ୍ଚିତ କରିଛନ୍ତି ।
Comments are closed.