ସଡକ ଦୁର୍ଘଟଣାରୁ ବର୍ତ୍ତିଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ

0

କେସିଙ୍ଗା: କଳାହାଣ୍ଡି ମାଣିକେଶ୍ୱରୀ ଦର୍ଶନ ପାଇଁ ଯିବାବେଳେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଗାଡିଟି ଏକ ଗାତରେ ପଡିଯିବାରୁ ଟାୟାର ଫାଟିଯାଇଥିଲା । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିସ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ । ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ଦାସ ପରିବାର ସହିତ ବିଭିନ୍ନ ଦର୍ଶନୀୟ ପୀଠ ଦର୍ଶନ ପାଇଁ ଆସୁଥିଲେ । ଶୁକ୍ରବାର କେସିଙ୍ଗା କିନେରକେଲା ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ଗାଢ଼ରେ ତାଙ୍କ ଗାଡି ପଡିଯାଇଥିଲା । ଏହା ପରେ ତାଙ୍କ ଗାଡିର ଦୁଇଟି ଚକ ଫାଟି ଯିବା ସହ ଗାଡି ଭାରସାମ୍ୟ ହରାଇଥିଲା । ହେଲେ କୌଣସି ମତେ ଗାଡିଟିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଚାଳକ । ପରେ ଅନ୍ୟ ଏକ ଗାଡ଼ିରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କୁ ଭବାନୀପାଟଣା ପଠାଯାଇଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.