ନିକଟରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି ସିରିଜ ସାରେ ଜହାଁ ସେ ଅଚ୍ଛା, ଯେଉଁଥିରେ ନଜର ଆସୁଛନ୍ତି ଅଭିନେତ୍ରୀ ଦୀକ୍ଷା ଜୁନେଜା । ଏଥିରେ ସେ ଇଣ୍ଡଷ୍ଟ୍ରୀର ଅନେକ ବରିଷ୍ଠ ଅଭିନେତାଙ୍କ ସହିତ ଅଭିନୟ କରିଛନ୍ତି । ଦୀକ୍ଷାଙ୍କ କ୍ୟାରିୟର ଦିବଙ୍ଗତ ଅଭିନେତା ରିଷି କପୁରଙ୍କ ସହିତ ଆରମ୍ଭ ହୋଇଥିଲା । ତେବେ ଅଭିନୟ ପୂର୍ବରୁ ଏକାଧିକ ସେକଫରରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଦୀକ୍ଷା । ଅଭିନୟ ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ ସେ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ କାଷ୍ଟିଂ ଆସିଷ୍ଟାଣ୍ଟ ଭାବେ । ସେହିଭଳି ଦୀକ୍ଷାଙ୍କୁ କମେଡି ଡ୍ରାମାରେ ଅଭିନୟ କରିବାକୁ ଖୁବ ମଜା ଲାଗିଥାଏ । ମଜା ଲାଗିଲେ ମଧ୍ୟ ଏହା କରିବା ଖୁବ କଷ୍ଟକର ବୋଲି ଦୀକ୍ଷା ନିଜ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଫିଲ୍ମ ହେରାଫେରିର ସେ ଖୁବ ବଡ ଫ୍ୟାନ୍ । ଏହି ଫିଲ୍ମରୁ ସେ କମେଡି କରିବା ଶିଖିଥିବା ପ୍ରକାଶ କରିଛନ୍ତି । ଆଗକୁ ଆହୁରି ଭଲଭଲ ଚରିତ୍ରରେ କାମ କରିବାକୁ ଇଚ୍ଛା ରଖିଛନ୍ତି ଦୀକ୍ଷା ।
