୫୨ ବର୍ଷରେ ପାଦଦେଲେ ଜୁହି

ସମୟ ଲାଇଭ୍‍,୧୩/୧୧: ୧୯୬୭ ମସିହା ନଭେମ୍ବର ୧୩ ତାରିଖରେ ପଞ୍ଜାବର ଲୁଧିୟାନାରେ ଜନ୍ମଗ୍ରହଣ କରିଥିବା ଜୁହି ଚାୱଲା ୫୨ବର୍ଷ ବୟସରେ ପାଦ ଦେଇଛନ୍ତି। ଜୁହିଙ୍କ ମାତା ଜଣେ ପଞ୍ଜାବୀ ହୋଇଥିଲାବେଳେ ତାଙ୍କ ପିତା ଗୁଜୁରାଟୀ ଅଟନ୍ତି।

ପଢ଼ା ସରିବା ପରେ ସେ ମିସ୍‍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିଲେ। ସେ ମିସ୍‍ ୟୁନିଭର୍ସ ପ୍ରତିଯୋଗିତାରେ ସେ ସର୍ବଶ୍ରେଷ୍ଠ ପ୍ରତିଯୋଗୀ ଭାବେ ବିବେଚିତ ହୋଇଥିଲେ। ସେ ବିଜନେସ୍‍ ମ୍ୟାନ୍‍ ଜୟ ମେହେତାଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ଝିଅ ଜାହ୍ନବୀ ଓ ଜଣେ ପୁଅ ଅର୍ଜୁନ ଅଛନ୍ତି।

ତେବେ ଜୁହି ୧୯୮୮ ମସିହାରେ ଅଭିନୟ ଜଗତରେ ପାଦ ଦେଇଥିଲେ। ଅମିର ଖାନ୍‍ଙ୍କ ବିପକ୍ଷରେ ସେ ‘କୟାମତ୍‍’ରେ ସେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇପାରିଥିଲେ। ତେବେ ଜୁହି କେବଳ ଭଲ ଅଭିନୟ କରନ୍ତି ତାହା ନୁହେଁ ବରଂ ସେ ଖୁବ୍‍ ସୁନ୍ଦର ଗୀତ ମଧ୍ୟ ଗାଇପାରନ୍ତି।

Launching Ceremony of “AYUSHMAN BHARAT

Comments are closed.