ଦିଲ୍ଲୀ : ମାର୍ଚ୍ଚ ୩୦: ଜାମ୍ମୁ କାଶ୍ମୀର ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଶ୍ରୀନଗର ସ୍ଥିତ ରୈନାୱାରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଦୁଇ ନିହତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ଓ ସେମାନଙ୍କ ମଧ୍ୟରୁ ଜଣେ ପୂର୍ବରୁ ସାମ୍ବାଦିକ ଥିଲେ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ଭୋର ସମୟରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା କର୍ମୀ ମିଳିତ ଭାବେ ସେମାନଙ୍କୁ ଘେରି ଯାଇଥିଲେ । ପୋଲିସ ଆସିବାର ଖବର ପାଇ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଦୁଇ ଜଣ ଆତଙ୍କବାଦୀଙ୍କର ମୃତୁ୍ୟ ହୋଇଥିଲା । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ରଇସ୍ ଅହମ୍ମଦ ଭଟ୍ଟ ପୂର୍ବରୁ ଜଣେ ସାମ୍ବାଦିକ ଥିଲେ । ଅନନ୍ତନାଗଠାରେ ସେ ‘ଭ୍ୟାଲି ନୁ୍ୟଜ୍ ସର୍ଭିସ୍’ ନାମକ ଏକ େୱବପୋର୍ଟାଲ ଖୋଲିଥିଲେ ।
#SrinagarEncounterUpdate: Killed terrorist (Rayees Ah Bhat) was earlier a journalist &was running online news portal 'ValleyNews Service' in Anantnag. Joined terrorist ranks in 8/2021 &was categorised 'C' in our list. 02 FIRs are already registered against him for terror crimes. https://t.co/60J86npozf
— Kashmir Zone Police (@KashmirPolice) March 30, 2022
ସେହି ପୋର୍ଟାଲରେ ସେ ସମ୍ପାଦକ ରହିଥିବା ସହିତ ତାଙ୍କ ପାଖରୁ ଏକ ପ୍ରେସ୍ କାର୍ଡ ଜବତ ହୋଇଛି । ତେବେ ଗତ ବର୍ଷରେ ସେ ଏସ୍କର-ଇ-ତୋଇବାରେ ମିଶିଥିଲେ । ତାଙ୍କ ନାମରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରହିଛି । ତେବେ ଜାମ୍ମୁ କାଶ୍ମୀର ପୋଲିସ ରଇସ୍ଙ୍କୁ ଆତଙ୍କବାଦୀ ତାଲିକାର ‘ସି’ ବର୍ଗରେ ସାମିଲ କରିଥିଲା ।
ତେବେ ମୃତ ଦୁଇ ଆତଙ୍କବାଦୀ ନିକଟରୁ କିଛି ଅସ୍ତ୍ରଶସ୍ତ୍ର ଓ ଗୁଳାବାରୁଦ ପୋଲିସ ଜବତ କରିଛି । ଏହାସହ ଅନ୍ୟକିଛି ଆପତ୍ତିଜନକ ସାମଗ୍ରୀ ମିଳିଛି ।

Comments are closed.