ସାମ୍ବାଦିକା ମୃତ୍ୟୁ ମାମଲା,ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର : ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମୃତ୍ୟୁ ପୂର୍ବରୁ ଦେହରେ ରହିଛି ଏକାଧିକ କ୍ଷତ । ରେଳ ଧାରଣାରେ ଘୋଷାଡି ହେବା ପରେ ମଧ୍ୟ କିଛି ସମୟ ପାଇଁ ବଞ୍ଚିଥିଲେ ମଧୁମିତା । ଏକାଧିକ କ୍ଷତ ପାଇଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ମଧୁମିତାଙ୍କ ମୃତ୍ୟୁ ମାମଲାରେ ଧଉଳି ଥାନା ପୋଲିସ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି । ଅଧିକ ଖୋଳତାଡ଼ ଜାରି ରହିଛି । ସ୍ୱାମୀର ପରକୀୟା ସଂପର୍କରୁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ,ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ଆସି ଭୁବନେଶ୍ୱରର ଏକ ଘରୋଇ ୱେବ୍ ଚାନେଲରେ କାର୍ଯ୍ୟରତ ଥିଲେ ମଧୁମିତା । ଗତ ୨୪ ତାରିଖ ଦିନ ରାତିରେ ମଧୁମିତା ପରିଡା ବାପୁଜୀ ନଗର ରେଳଧାରଣକୁ ଡେଇଁ ଆତ୍ମହତ୍ୟା କରିଥିଲେ । ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନା ବି ସେହି ଭଞ୍ଜନଗର ଅଞ୍ଚଳର । ବାୟୁସେନାରେ ଚାକିରି କରୁଥିବା ଶ୍ରୀଧରଙ୍କ ସହ ୫ ବର୍ଷର ପ୍ରେମ ସଂପର୍କ ପରେ ଗତ ମାର୍ଚ୍ଚ ୧ରେ ବିବାହ କରିଥିବାବେଳେ ପାରିବାରିକ ଅଶାନ୍ତିକୁ ନେଇ ସେ ଆତ୍ମହତ୍ୟା କରିଥିବା କଥା ଚର୍ଚ୍ଚା ହେଉଥିଲା । ତେବେ ମୃତ୍ୟୁ ପୂର୍ବରୁ ମଧୁମିତା ତାଙ୍କ ପାରିବାରିକ ଜୀବନରେ ଉଠିଥିବା ଝଡ଼କୁ ନେଇ ତାଙ୍କ ମା’ଙ୍କ ଉଦ୍ୟେଶରେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ଜ୍ୱାଇଁ ଶ୍ରୀଧର ଜେନାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ହତ୍ୟା ଅଭିଯୋଗ କରିଥିଲେ ମଧୁମିତIଙ୍କ ପରିବାର ଲୋକେ । ମଧୁମିତାଙ୍କୁ ବିବାହ ସତ୍ତ୍ୱେ ଅନ୍ୟ ଯୁବତୀଙ୍କ ସହ ଶ୍ରୀଧରଙ୍କ ଅନୈତିକ ସଂପର୍କ ଥିଲା ବୋଲି ଅଭିଯୋଗ ହୋଇଛି । ଏହି ଘଟଣାରେ ଥରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଡାକ୍ତରଖାନା ନିଆଯିବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଦ୍ୱିତୀୟ ଥର ଲାଗି ସେ ଆତ୍ମହତ୍ୟା କରିବାକୁ ମନସ୍ଥ କରି ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।

Comments are closed.