ନୂଆଦିଲ୍ଲୀ,୧୭।୯: ଜନସନ ଆଣ୍ଡ ଜନସନ କମ୍ପାନୀର ଲାଇସେନ୍ସ ହେଲା ବାତିଲ I ଆମେରିକା ଫାର୍ମା କମ୍ପାନୀ ବେବି ପାଉଡର ତିଆରି କରୁଥିବା ଜନସନ୍ ଆଣ୍ଡ ଜନସନ୍ ପ୍ରାଇଭେଟ୍ ଲିମିଟେଡ୍କୁ ଦିର୍ଘଦିନରୁ ଭାରତରେ ବ୍ୟବସାୟ ଚଳାଇ ଆସିଛି I ଜନସନ ବେବିପାଉଡର ଭାରତୀୟ ବଜାରରେ ଖୁବ ଲୋକପ୍ରିୟ ହୋଇ ପାରିଛି I ଏହା ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ,ବଡ଼ ମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରିଥାନ୍ତି I ଏହି କମ୍ପାନୀ ଖାଲି ପାଉଡର ବ୍ୟତୀତ,ଜନସନ ବେବି ସାମ୍ପୁ ଓ ବେବି ଅଏଲ ମଧ୍ୟ ତିଆରି କରିଥାଏ I ଭାରତୀୟ ବଜାରରେ ଏହାର ମଧ୍ୟ ଖୁବ ଚାହିଦା ରହିଛି I କିନ୍ତୁ ବର୍ତ୍ତମାନ ଏହି କମ୍ପାନୀକୁ ଲାଗିଛି ବଡ ଝଟକା। ମହରାଷ୍ଟ୍ର ସରକାରଙ୍କ ଖାଦ୍ୟ ଏବଂ ଔଷଧ ପ୍ରଶାନ(ଏଫ୍ଡିଏ) ଜନସନ୍ ବେବି ପାଉଡର ତିଆରି କରିବାର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଏଫ୍ଡିଏ ମୁମ୍ବାଇ ଓ ମୁଲୁଡରେ ଜନସନ୍ ବେବି ପାଉଡରର ମାନୁଫାକଚରିଂ ଲାଇସେନ୍ସକୁ କ୍ୟାନସଲ କରିଛି। କମ୍ପାନୀ ଏବେ ମହାରାଷ୍ଟ୍ରରେ ଟାଲକ୍ ବେସ୍ଡ୍ ପାଉଡର ମାନୁଫାକଚରିଂ ଓ ବିକ୍ରି କରିପାରିବ ନାହିଁ। ପାଉଡରର ସାମ୍ପଲ ଷ୍ଟାଣ୍ଡାର୍ଡ କ୍ବାଲିଟି ଭଳ ନାହିଁ। ଜନସନ୍ ବେବି ପାଉଡରର ସାମ୍ପଲ ମୁଲୁଣ୍ଡ, ମୁମ୍ବାଇ, ପୁନେ ଓ ନାସିକ୍ରୁ ଅଣାଯାଇଥିଲା। ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରୁଥିବା ପାଉଡର ନବଜାତଙ୍କ ଚର୍ମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ କମ୍ପାନୀର ଲାଇସେନ୍ସକୁ ବାତିଲ କରାଯାଇଛି।
ପାଉଡରର ନମୁନାକୁ ଲ୍ୟାବରେ ଟେଷ୍ଟ କରାଯାଇଥିଲା। ଏହି ସମୟରେ ଏହା ଧାର୍ଯ୍ୟ ପିଏଚ୍ ଭ୍ୟାଲୁକୁ ହାସଲ କରିପାରି ନଥିଲା। କୋଲକାତାରେ ଥିବା କେନ୍ଦ୍ରୀୟ ଡ୍ରଗ୍ସ ଲ୍ୟାବ ରିପୋର୍ଟରେ କୁହାଯାଇଛି ଯେ ଜନସନ ଆଣ୍ଡ ଜନସନର ବେବୀ ପାଉଡର ନମୁନା IS 5339:2004 ଷ୍ଟାଣ୍ଡାର୍ଡକୁ ମ୍ୟାଚ୍ କରୁନି।ଏଫ୍ଡିଏ ଜାରି କରିଥିବା ପ୍ରେସ୍ ନୋଟ୍ରେ କହିଛି ଜନସନ୍ ବେବି ପାଉଡର ବ୍ୟବହାର ଦ୍ବାରା ନଗବାଜ ଶିଶୁଙ୍କ ତ୍ବଚାକୁ କ୍ଷତି ହୋଇପାରେ ।ଏଫଡିଏ କମ୍ପାନୀ ଜନସନ୍ ବେବି ପାଉଡରର ଷ୍ଟକକୁ ଫେରାଇ ନେବା ପାଇଁ କହିଛି। ଏଫ୍ଡିଏର ସୂଚନା ଅନୁସାରେ, ପ୍ରଶାସନ ଡ୍ରଗ୍ସ ଆଣ୍ଡ ଆଡମିନଷ୍ଟେ୍ରସନ୍ ଆକ୍ଟ, ୧୯୪୦ ଅନୁସାରେ ଫାର୍ମକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏଥିରେ ପଚରା ଯାଇଛି ଲାଇସେନ୍ସର ନିଲମ୍ବନକୁ ରଦ୍ଦ କରିବା ଭଳି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହିଁ?
କମ୍ପାନୀ ପକ୍ଷରୁ କୁହାଯାଇଛି, ଜନସନ୍ ଆଣ୍ଡ ଜନସନ୍କୁ ଦୁନିଆର ସବୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସାଇଣ୍ଟିଫିକ୍ ବିଶ୍ଲେଷଣରେ କୁହାଯାଇଛି ଯେ, ଏହି ବେବି ପାଉଡର ସୁରକ୍ଷିତ। କମ୍ପାନୀର କହିବା ଅନୁସାରେ, ବେବି ପାଉଡରରେ ଆସ୍ବେସ୍ଟସ୍ ନାହିଁ ଓ ଏହାଦ୍ବାରା କ୍ୟାନସର ହୋଇନଥାଏ। ପ୍ରେସ୍ ନୋଟ୍ରେ କୁହାଯାଇଛି ଯେ, କାର୍ଯ୍ୟାନୁଷ୍ଠାନ କୋଲକାତା ସ୍ଥିତ ସେଣ୍ଟ୍ରାଲ ଫାର୍ମାସ୍ୟୁଟିକାଲ୍ ଲାବୋରେଟୋରୀର ଫାଇନାଲ ରିପୋର୍ଟ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ରିପୋର୍ଟରେ ଜଣାପଡିଥିଲା ଜନସନ୍ ବେବି ପାଉଡରର ପିଏଚ୍ ଭ୍ୟାଲୁ ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡ ଅନୁରୂପ ନୁହେଁ। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ କମ୍ପାନୀ ନାଁରେ ବହୁବାର ଏଭଳି ଅଭିଯୋଗ ହୋଇସାରିଛି।

Comments are closed.