ମାନହାନୀ ମକୋଦମା ଜିତିଲେ ଜନି ଡେପ୍‌: ସ୍ତ୍ରୀ ଦେବେ ୫୦ ମିଲିଅନ୍‌ ଡଲାର

ନୂଆଦିଲ୍ଲୀ ଜୁନ ୦୨: ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ଦୀର୍ଘ ଦିନ ଧରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଏମ୍ବର ହର୍ଡଙ୍କ ସହ ଚାଲିଥିବା ମାନହାନୀ ମାମଲା ପାଇଁ ବେଶ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ସେମାନଙ୍କର ଆଇନଗତ ବିବାଦ ଶେଷ ହୋଇଛି । ଜନି ଡେପ ତାଙ୍କ ପତ୍ନୀଙ୍କ ବିରୋଧରେ ମାନହାନି ମକଦ୍ଦମା ଜିତିଛନ୍ତି । ସାତ ଜଣ ସଦସ୍ୟ ଭର୍ଜିନିଆ ଜୁରୀ ଅଭିନେତ୍ରୀ ଏମ୍ବର ହର୍ଡଙ୍କୁ ୧୫ ମିଲିୟନ୍‌ ଡଲାର୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ସପ୍ତାହ ଧରି ଅଭିନେତା ଜନି ଡେପ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ମାନହାନୀ ମାମଲାକୁ ନେଇ ଏକ ଦୀର୍ଘ ପ୍ରକ୍ରିୟା ଚାଲିଥିଲା । ଶୁକ୍ରବାର ଦିନ ମାମଲାର ଅନ୍ତିମ ତଥା ଶେଷ ଯୁକ୍ତି ପରେ ଆମେରିକାର କୋର୍ଟରେ ତିନି ଦିନ ବିଚାର ପରେ ଡନି ଡେପଙ୍କ ସପକ୍ଷରେ ଫଇସଲା ଶୁଣାଇଛନ୍ତି । ବର୍ତ୍ତମାନ, ଏମ୍ବର ହର୍ଡ ମାମଲାରେ ତାଙ୍କ ଓକିଲ କହିଛନ୍ତି ଯେ ଡେପଙ୍କ ଓକିଲ ତାଙ୍କୁ ବଦନାମ କରିଛନ୍ତି ଏବଂ ତାଙ୍କର ଦୁବ୍ୟବହାର ଅଭିଯୋଗକୁ ଧୋକା ବୋଲି କହିଛନ୍ତି । ଜନି ଡେପ୍‌ ଏମ୍ବର ହର୍ଡଙ୍କ ଏହି ବୟାନ୍‌ ଉପରେ ୫୦ ମିଲିୟନ୍‌ ଡଲାର୍‌ ଦାବି କରିବା ସହ ଅନ୍ୟପଟେ ଏମ୍ବର ହର୍ଡ ମଧ୍ୟ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ୧୦୦ ମିଲିୟନ ଡଲାର ଦାବି କରିଥିଲେ । ତେବେ ମାନହାନୀ ମାମଲାରେ ଜିତିବା ପରେ, ବର୍ତ୍ତମାନ ତାଙ୍କ ପତ୍ନୀ ଜନି ଡେପଙ୍କୁ କ୍ଷତିପୂରଣ ବାବଦରେ ୧୫ ମିଲିୟନ୍‌ ଡଲାର୍‌ ଦେବେ ।

Launching Ceremony of “AYUSHMAN BHARAT

Comments are closed.