ମୁମ୍ବାଇ: ମାର୍ଚ୍ଚ ୨୬: ଅଭିନେତା ଜନ୍ ଆବ୍ରାହମ୍ଙ୍କ ଅଭିନୀତ ଫିଲ୍ମ ‘କାବୁଲ ଏକ୍ସପ୍ରେସ୍’କୁ ଆଜି ୧୦ ବର୍ଷ ପୂରିଛି । ଏହି ଅବସରରେ ଜନ୍ ଫିଲ୍ମକୁ ନେଇ ଏକ ଭୟାନକ ଖବର ନିଜ ପ୍ରଶଂସକଙ୍କୁ ଜଣାଛନ୍ତି । ୨୦୦୬ ରେ ଫିଲ୍ମ ‘କାବୁଲ ଏକ୍ସପ୍ରେସ’ ମୁକ୍ତିଲାଭ କରିଥିଲା । ଫିଲ୍ମଟି ଭାରତରେ ହିଟ୍ ହେବା ସହିତ ବିଦେଶରେ ମଧ୍ୟ ଲୋକପ୍ରିୟ ହୋଇଥିଲା ।
ଏହି ଫିଲ୍ମରେ ଜନ୍ ଭାରତୀୟ ସାମ୍ବାଦିକ ସୁହେଲ ଖାନ୍ଙ୍କ ଭୂମିକାରେ ଅଭିନୟ କରିଥିଲେ । ଜନ୍ଙ୍କ ଭୂମିକା ବିଦେଶ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହି ଫିଲ୍ମର କାହାଣୀ ଜଣେ ଭାରତୀୟ ଓ ଜଣେ ଆମେରିକୀୟ ସାମ୍ବାଦିକ ଏବଂ ଆଫଗାନିସ୍ତାନ ଗାଇଡ୍ ବିଷୟରେ ଥିଲା । ଏଣୁ ଫିଲ୍ମର ସୁଟିଂ ସମୟରେ ଫଗାନିସ୍ତାନର ତାଲିବାନ ଜନ୍ଙ୍କୁ ଧମକ ଦେଇଥିଲେ ।
ଆଜି ଫିଲ୍ମର ୧୦ ବର୍ଷ ପୂର୍ତ୍ତି ଅବସରରେ ଜନ୍ ସେହି କଥାକୁ ମନେ ପକାଇ ଫିଲ୍ମର ଏକ ଫଟୋ ସେୟାର୍ କରିଛନ୍ତି । ଏନେଇ ସେ କହିଛନ୍ତି, ସେତେବେଳେ କୌଣସି ସୋସିଆଲ ମିଡିଆ ନଥିଲା । ମୁଁ ଯେତେବେଳେ ଆଫଗାନିସ୍ତାନକୁ ଯାଉଥିଲି, ଆଫଗାନିସ୍ତାନ ଲୋକମାନେ ମୋତେ କହିଥିଲେ – ଜନ୍, ତୁମେ ଯାହା ବି କରିବ କି;ୁ ଆଫଗାନିସ୍ତାନ ବିଷୟରେ କିଛି ଖରାପ କହିବ ନାହିଁ । ଜନ୍ କହିଛନ୍ତି, ‘ଆଜି ମୁଁ ଅନ୍ ରେକର୍ଡରେ କହିବାକୁ ଚାହେଁ ଯେ ଆଫଗାନିସ୍ତାନର ଲୋକମାନେ ଦୁନିଆର ସବୁଠାରୁ ଭଲ ।
ଜନ୍ ସେହି ଫିଲ୍ମ ସୁଟିଂ ସମୟର ଅନ୍ୟ ଏକ ପୁରୁଣା କଥାକୁ ପ୍ରଶଂସକଙ୍କ ଆଗରେ ବଖାଣଇଛନ୍ତି । ସେ କହିଛନ୍ତି, ସୁଟିଂ ସମୟରେ ଜାତିସଂଘ ଅନୁମୋଦିତ ଏକ ହୋଟେଲରେ ସେ ଥିଲେ । ଚାହା ପିଇବାକୁ ଛାତକୁ ଆସିଲା ସମୟରେ ସେ ଏକ ରକେଟ୍କୁ ସାମ୍ନାରୁ ଆସୁଥିବାର ଦେଖିଥିଲେ ।
ରକେଟ୍ଟି ଆମେରିକାର କନସୁଲେଟକୁ ଧMା ଦେଇଥିଲା । ଆଉ ଏକ ଘଟଣା ମଧ୍ୟ ଘଟିଥିଲା, ଯେଉଁଠାରେ ଜଣେ ଆତ୍ମଘାତୀ ବିସ୍ପୋରଣକାରୀ ଆମର ଏହି ଠିକଣାରେ ପହଞ୍ଚିବାର ୬ ଘଣ୍ଟା ପୂର୍ବରୁ ନିଜକୁ ବିସ୍ପୋରଣ କରିଥିଲା । ଏଥିରେ ଫିଲ୍ମର ସମସ୍ତ କ୍ରୁ ମେମ୍ବର ଡରିଯାଇଥିଲେ ।
Comments are closed.