ଗୁଜରାଟର କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଆସାମ ପୋଲିସ

ଅହମଦାବାଦ: ଏପ୍ରିଲ ୨୧: ଗତ ବିଳମ୍ବିତ ରାତ୍ରିରେ ଆସାମ ପୋଲିସ ଗୁଜରାଟର ବଡ଼ଗାମ ବିଧାୟକ ଜିଗ୍ନେଶ ମେୱାଣୀଙ୍କୁ ଗିରଫ କରିଛି । ଆଜି ସକାଳେ ତାଙ୍କୁ ବିମାନ ଯୋଗେ ଅହମଦାବାଦରୁ ଆସାମ ନିଆଯାଇଛି । ପାଲାନପୁରସ୍ଥିତ ସର୍କିଟ୍‌ ହାଉସ୍‌ରୁ ଜିଗ୍ନେଶ ମେୱାଣୀଙ୍କୁ ପୋଲିସ ଗିରଫ ହୋଇଥିଲା ।

ଗୁଜରାଟର କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଆସାମ ପୋଲିସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକ୍ରାନ୍ତରେ ମେୱାଣୀ ପୋଷ୍ଟ ଏକ ଟୁଇଟ୍‌ କରିଥିଲେ, ଯାହା ଉପରେ ଆସାମର ବିଜେପିଦ ନେତା ଅରୂପ କୁମାର ଦେ ଅଭିଯୋଗ ଦାଏର କରିଥିଲେ । ଟୁଇଟ୍‌ ମାଧ୍ୟମରେ ଜିଗ୍ନେଶ ସାମ୍ପ୍ରଦାୟିକ ଶତ୍ରୁତା ପ୍ରସାର କରୁଛନ୍ତି ବୋଲି ବିଜେ ନେତା ଅଭିଯୋଗ କରି ଏପ୍‌ଆଇଆର୍‌ ଦାଏର କରିଥିଲେ ।

ଗିରଫ ପରେ ଜିଗ୍ନେଶଙ୍କ ସହଯୋଗୀ ସୁରେଶ ଜାଟ୍‌ ଗଣମାଧ୍ୟମକୁ କହିଛନ୍ତି, ଆସାମ ପୋଲିସ ସେୟାର୍‌ କରିଥିବା କାଗଜପତ୍ର ଅନୁଯାୟୀ, ଅଳ୍ପ ଦିନ ତଳେ ଜିଗ୍ନେଶ ପୋଷ୍ଟ୍‌ କରିଥିବା ଟୁଇଟ୍‌ ଉପରେ ଅଭିଯୋଗ ଆଗତ କରି ‘ଏଫ୍‌ଆଇଆର୍‌’ ଦାଏର କରାଯାଇଥିଲା । କି;ୁ, ଟୁଇଟର୍‌ ଉକ୍ତ ଟୁଇଟ୍‌ର ପ୍ରସାରଣ ବନ୍ଦ କରିଦେଇଥିଲା । ନାଥୁରାମ ଗଡ଼ସେଙ୍କ ସମ୍ବନ୍ଧରେ ଜିଗ୍ନେଶ ଉକ୍ତ ଟୁଇଟ୍‌ରେ କିଛି ଲେଖିଥିଲେ ।

ସେ ଗିରଫ ହୋଇଥିବା ଜାଣିବା ପରେ ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୋର ଏବଂ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ଅହମଦାବାଦ ବିମାନ ବନ୍ଦରକୁ ଯାଇ ବିଜେପି ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ୍‌ ଦେଇଥିଲେ ।

ସୂଚନା ଥାଉଯେ, ଜିଗ୍ନେଶ ମେୱାଣୀ ହେଉଛନ୍ତି ଜଣେ ଜଣେ ଓକିଲ, ସାମ୍ବାଦିକ ତଥା ଦଳିତ ନେତା ଓ ରାଜନେତିକ ଦଳ ‘ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ’ର ଆବାହକ । ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ପଦବୀ ଜିଣିଥିବା ମେୱାଣୀ ଜାତି । ପରବର୍ତ୍ତୀ ସମୟରେ କଂଗ୍ରେସକୁ ସମର୍ଥନ କରିଥିଲେ ।

Govt

Comments are closed.